ନାରୀ
ନାରୀ
ତୁ ଆଦ୍ଯା, ତୁ ଆରାଧ୍ୟା
ତୁ ବିଦ୍ଯା, ତୁ ବିଧାତା,
ତୁ କାର୍ଯ୍ୟ, ତୁ କରତା,
ତୁ ସ୍ୱପ୍ନ, ତୁ ବାସ୍ତବତା।
ତୁ ଜଳୁ ସଞ୍ଜବତୀ ପରି
ଚିରିଦେଇ ତମସା ପଟଳ,
ତୁ ବତୀଘର ହେଉ ପରା
ପ୍ରତି ଜୀବନ ପୋତର।
ତୁ ଧାତ୍ରୀ ହୋଇ ଧରିଥାଉ
ତୋ ଗର୍ଭର ପଦ୍ମ କୋରକରେ,
ଅଚ୍ଯୁତ ବି ହ୍ୱନ୍ତି ଲୋଭାସକ୍ତ
ପୁତ୍ର ହୋଇ ଜନ୍ମ ଲଭିବାରେ।
ତୁ ଆଦ୍ଯ ଗୁରୁ ସନ୍ତାନର,
ଦୀକ୍ଷା ଗୁରୁ ପରା ସମାଜର,
ତୁ ସହଧର୍ମା ପୁଣି ସୋହାଗର
ଚିରକଲ୍ଯାଣୀ ପରା ମମତାର।
ତୁ ସ୍ରୁଜନୀର ବାରିଧାରା,
ତୁ ନିବିଡ଼ ପ୍ରେମର କାରା,
ତୁ ପ୍ରୀତିର ଫଲଗୁ ଧାରା,
ସମ୍ଭାବନା ର ସର୍ବଂସହା ଧରା।
ତୁ ରାମଙ୍କର କୈକେୟୀ,
କହ୍ନେଇ ର ଯଶୋଦା,
କ୍ରୁଷ୍ଣର ତୁ କ୍ରୁଷ୍ଣା,
ତୁ ପୁଣି କାହ୍ନାର ରାଧା।
ଯୁଗେଯୁଗେ ତୁ ସ୍ୱାହା, ସ୍ୱାଧା
ତୁ ଶେଫାଳୀର ମିଠା ମହକ,
କ୍ରଷ୍ଣଚୂଡାର ଆକୁଳ ଡହକ
ମନେ ଭରୁ ଥାଉ ପ୍ରୀତି ପୁଲକ।