Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sarojini Mishra

Inspirational

4  

Sarojini Mishra

Inspirational

ନାରୀ

ନାରୀ

1 min
404



ମୁଁ ନାରୀ!

ନୁହେଁ ମୁଁ ଦୁର୍ବଳା ନୁହେଁ ମୁଁ ପିଡିତା

ମୋ ଭିତରେ ସମାହିତ

ସଫଳ ହେବାର ମୁଠା ମୁଠା ଭର୍ଜା

ହୃଦୟରୁ ଖୋଜିବାର ପ୍ରୟାସ ହିଁ ଲୋଡ଼ା ।


ମୁଁ ନାରୀ!

ମୋ ମନରେ ଲୁଚି ଅଛି ଅଦମ୍ୟ ଶକତି

ଯେଉଁଥିରେ ସଜାଇବି ସୃଷ୍ଟିର ସମ୍ଭାର 

ମୋ ଭିତରେ ଭରିଅଛି ଅପୁରନ୍ତ ଇଚ୍ଛା

ଏ ସୃଷ୍ଟିକୁ ଉପହାର ଦେବା ପାଇଁ

ଅମୂଲ୍ୟ ଜୀବନ ।


ମୁଁ ନାରୀ!

ମୋ ପାଖେ ଜ୍ଵାଳା ଅଛି ଯନ୍ତ୍ରଣା ବି ଅଛି

ହେଲେ,

ଭଲ ପାଇବା ବାଣ୍ଟି ବାର 

ସୁନ୍ଦର ପ୍ରାୟାସ ର ସ୍ରୋତେ

ମୋ ହୃଦୟ ସଦା ଉଦ୍‌ବେଳୁଛି ।


ମୁଁ ନାରୀ!

ଦୁର୍ବଳା ମୁଁ ନୁହେଁ ମୁଁ ନୁହେଁ ବିଚାରା

ବଡ ବଡ ସମସ୍ୟା ସମାଧାନର

କଳା ମୋତେ ଜଣା ।


ମୁଁ ନାରୀ!

ସମସ୍ତ ଶକ୍ତିର ଆଧାର

ସୃଜନୀ ର ଗନ୍ତା ଘର

ସୃଜନ ମୁଁ କରେ

ଧ୍ଵଂସ ବି କରିପାରେ

ହେଲେ,

ସୃଜନୀକୁ ନେଇ ଆନନ୍ଦିତ ହୁଏ ।


ମୁଁ ନାରୀ ! ଆଜି ମୁଁ କହୁଛି

ମାଗିବା ମୁଁ ଭୁଲିଯିବି

ମୋ ବିଶ୍ଵାସେ ଲଢିବାର 

ଉର୍ଜା ମୁଁ ଭରିବି 

ମୋ ଭିତରେ ଅନ୍ୟାୟକୁ ଦେବିନି ପ୍ରଶୟ 

ମୋ ହାତରେ ରଚିବି ମୁଁ

ଏ ସୁନ୍ଦର ସୃଷ୍ଟି ।


ସ୍ନେହ, ପ୍ରେମ, ମାନବତା ରଙ୍ଗେ

ରଙ୍ଗାୟିତ କରିବି ଜଗତ ।


ଅନ୍ତଃସ୍ୱତାରେ ଭରିବି

ଓ"କାରର ନାଦ 

ମଣିଷ ପଣିଆ ଖାଲି ଗୁଞ୍ଜରିତ ହେବ ।



ପୁରୁଷକୁ ଦେବି ଦିଶା ଆତ୍ମ ଚେତନାର

ନାରୀକୁ କରିବି ସାଥୀ ଜିଆଁଇବି ତା ର ଆତ୍ମବଳ ।


ଶିଶୁ ମନେ ଢାଳିବି ମୁଁ ସତ୍ୟ, ଶାନ୍ତି,ମମତାର ବାରି

ମାନବତା ଧର୍ମେ ଶିଶୁ ହେବେ ବଳବନ୍ତ ।


ଦେବି ତାଙ୍କୁ ଆତ୍ମ ବଳ ଶିଖାଇବି ପ୍ରେମ

ବୁଝିବେ ପବିତ୍ର ପ୍ରେମ କେତେ ଯେ ମହାନ ।


ଶିଖାଇବି କର୍ତ୍ତବ୍ୟର ଅଙ୍ଗୀକାର ବଦ୍ଧ

ଅଧିକାର ଅର୍ଥ ବୁଝି ହେବେ ଆଗଭର ।


ଆତ୍ମାଶକ୍ତି ବୃଦ୍ଧି ପାଇଁ ଦେବି ମୁହିଁ ଆଧ୍ୟାତ୍ମ ର ବାର୍ତ୍ତା

ମୁଣ୍ଡଟେକି ଚାଲିବାକୁ ରଖିବେ କ୍ଷମତା ।


ଦେବି ମୁଁ ଭବିଷ୍ୟତକୁ ସ୍ଵତନ୍ତ୍ର ଆସନ

ମୋ ସ୍ପର୍ଶରେ ଏହି ସୃଷ୍ଟି ହେବ ମହୀୟାନ ।


       


Rate this content
Log in

Similar oriya poem from Inspirational