ନାରୀ --------- ଉପର ଅଫିସର ଆଉ
ନାରୀ --------- ଉପର ଅଫିସର ଆଉ
ଉପର ଅଫିସର ଆଉ
ବଡ଼ ବଡ଼ିଆଙ୍କ ପଇସାର ଖେଳ
ମିଳେ ନାହିଁ ଏଠି ନ୍ୟାୟ
ନାରୀର ସୁରକ୍ଷା
ଦେଶର ରକ୍ଷା
ପ୍ରତିବାଦ ପାଇଁ ଯିଏ ଆସିଲା
ମିଳିବନି ଆଉ ତାକୁ ରକ୍ଷା
ପୋଲିସ ଠୁ ଆରମ୍ଭ କରି
ନେତା ମନ୍ତ୍ରୀ ଯାଏ
ଅଭିନୟ କରିଯାନ୍ତି
ନ୍ୟାୟ ଦେବା ନାଁରେ
ଶୋଷଣ କରି ଲୁଟନ୍ତି
ଥରକୁ ଥର
କେତେ ଲାଞ୍ଚନl
କେତେ ଯନ୍ତ୍ରଣା
ସହିବାକୁ ପଡେ
ତଥାପି ମିଳେ ନାହିଁ
ଏଠି ନାରୀ କୁ ନ୍ୟାୟ
ଏଠି ରାଜନୀତି ର
ଚାଲେ ଖେଳ
ଶୁଣିବାକୁ କାହା ପାଖେ
ନାହିଁ ବେଳ
