STORYMIRROR

Binapani Mallick

Abstract Classics Others

4  

Binapani Mallick

Abstract Classics Others

ନାରୀ ର ଅଭିଳାଷ

ନାରୀ ର ଅଭିଳାଷ

1 min
323

ସ୍ଵାଧୀନତା ଆବଶ୍ୟକ ତାର, 

ଉଡ଼ିବାକୁ ଖୋଲା ଆକାଶରେ ,

ଛୁଇଁବାକୁ ସ୍ଵର୍ଗ ପାରିଜାତ, 

ବୁଡ଼ିବାକୁ ସାଗର ରେ

ସାହସ ଆବଶ୍ୟକ ତାର, 

ଚାଲିବାକୁ କାମୁକ ପୁରୁଷ ଭିଡ ଭିତରେ, 

ଦେଖିବାକୁ ଦୁନିଆ କୁ, 

ବିନା ଦ୍ୱିଧାରେ, ବିନା ଭୟରେ

ସମ୍ମାନ ଆବଶ୍ୟକ ତାର,

କହିବାକୁ ନିଜ ମତାମତ ସ୍ବଚ୍ଛନ୍ଦରେ, 

ରଖିବାକୁ ଉପସ୍ଥାପନା ତାର,

ପୁରୁଷ ଚାଳିତ ସମାଜ ଭିତରେ

ପ୍ରେମ ଆବଶ୍ୟକ ତାର,

ବାସନା ଓ କାମୁକତା ଠାରୁ ବହୁ ଦୂରରେ, 

ଦୁର୍ମୂଲ୍ୟ ଉପହାର ର ପ୍ରୟୋଜନ ନାହିଁ ତାର,

ମନ ତାର ସ୍ଵାଧୀନ ଜୀବନ ଜିଇଁବାରେ

ସିନ୍ଦୂର ଆବଶ୍ୟକ ତାର, 

ବିନା ସର୍ତ୍ତ ଓ ଯୌତୁକ ରେ, 

ବିକ୍ରି ହେବାକୁ ଚାହେଁନି ସେ ଟଙ୍କା, ସୁନା ଓ ଧନ ର ମୂଲ୍ୟରେ

ପରିବାର ଖୋଜେ ସେ, 

ଯେ ଫରକ୍ କରେନି ଝିଅ ଓ ବୋହୁ ଭିତରେ, 

ନାରୀ ସମାଲୋଚନା ହୁଏନି ଯେଉଁଠି, 

ରୂପ ଓ ଯୌତୁକ ଆଧାର ରେ

ବନ୍ଧୁଟିଏ ଖୋଜେ ସେ ,

ଯାହା ପାଖେ କହିପାରିବ ଅଭିଳାଷ ତାର, 

ନିର୍ଭୟ ଓ ପରିପୂର୍ଣ୍ଣ ଭାବରେ, 

ବିନା ପ୍ରତିବନ୍ଧକ ଓ ସମାଲୋଚିତ ନ ହେବାର ଭୟରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract