ନୀରବତା
ନୀରବତା
ଶୁଣିବାକୁ ତୁମେ ଥିଲେ ମୁଁ ନିରବ ରହିବିନି,
ଶୁଣିବାକୁ ତୁମେ ଥିଲେ ମୁଁ ନିରବ ରହିବିନି...
ତୁମେ ଥାଇ ମଧ୍ୟ ତୁମେ ନାହଁ,
କୁହ , ମୁଁ ନିରବ କିପରି ରହିବିନି !!
ଚାରିଆଡ଼େ ମୋର କେବଳ ନୀରବତା,
ତୁମ ଭିତରେ ତୁମକୁ ଖୋଜିବାର ପ୍ରଚେଷ୍ଟା,
ଅସଂଖ୍ୟ ଗୁଞ୍ଜରିତ ଶବ୍ଦ ମନରେ ମୋର,
ହେଲେ ନ କହି ପାରିବାର ଅକ୍ଷମତା!!
ତୁମକୁ ହରାଇ ନ ଦେବା ପାଇଁ ଏ ନୀରବତା,
ପ୍ରତିପକ୍ଷ ରେ ନିସ୍ଵ ହେବାକୁ ଯାଇ,
ଶିଖିଛି ଚୁପ୍ ରହିବାର ଶାଳିନତା ,
ଆଉ ଖୋଜିଚାଲିଛି ନୀରବତାରେ ଜୀବନର ମଧୁରତା ..
