STORYMIRROR

Binapani Mallick

Abstract Comedy Classics

3  

Binapani Mallick

Abstract Comedy Classics

ଛାଡଖାଇ

ଛାଡଖାଇ

1 min
131

ଓହୋ ସରିଲା ସେ କାର୍ତ୍ତିକ ମାସ, 

ହେଲେ ପଶିଲା ସଂକ୍ରାନ୍ତି ଭାଙ୍ଗିଲା ଆଶ...

ରବିବାର ଦିନ ଛାଡଖାଇ ହେବ, 

ମାଛ, ମାଂସ ସହ ପିଆଜ ବି ନେଇ ଆସ ||


କାର୍ତ୍ତିକ ମାସ ରେ ଡଙ୍ଗା ଦାନ କରି, 

କାଟିଲେ ତିଳକ ଚିତା, 

ମାସର ଧର୍ମ କୁ ଡଙ୍ଗା ରେ ଭସାଇ,

ପଶେ ଛାଡଖାଇ ଚିନ୍ତା ||


ଅର୍ଜିଲେ ଅନେକ ପୁଣ୍ଯ କାର୍ତ୍ତିକରେ ,

ଆକାଶ ଦୀପ କୁ ଜାଳି, 

ପୂର୍ଣିମା ସରିଲା, କାର୍ତ୍ତିକ ସରିଲା, 

ପଡିବେ କୁକୁଡା ବଳି ||


କହନ୍ତି ଲୋକ ଯେ ଆମିଷ ନହେଲେ, 

ଅରୁଚି ଲାଗଇ ପାଟି, 

ମାସ ସାରା ପୁଣ୍ଯ ବହୁତ ହୋଇଲା, 

ପାଟି ଖୋଜେ ଛେଳି ତଣ୍ଟି ||


ଭାତ ଗଲେ ନାହିଁ ତଣ୍ଟି ତଳକୁ, 

କୁକୁଡ଼ା ଗୋଡ ନହେଲେ  

କାର୍ତ୍ତିକ ମାସ କି କଷ୍ଟେ କଟିଛି, 

କହିଲେ ଦୁଃଖ ନ ସରେ ||


ପାଟିକୁ ରୁଚଇ ଆମିଷ ର ଝୋଳ, 

କସା ଟିକେ ଦରକାର, 

କାର୍ତ୍ତିକ ମାସ ତ ହେଲାଣି ପାର, 

ଆଉ କେଉଁ ଦେବତା କୁ ଡର!!


ମାସ ସାରା ପାଇଛି ହବିଷ କଦଳୀ ପତ୍ରରେ, 

ଅରୁଆ ଡାଲମା ଧରି, 

ଆମେ ନ ଖାଇଲେ କୁକୁଡା ବଂଶ ବଢ଼ିଯିବ,

ଦେଇଦିଅ ତାଙ୍କ ବଳି ||


ହିନ୍ଦୁ ହୋଇ ଯଦି ଛାଡିବ ହିନ୍ଦୁତ୍ୱ, 

ଛାଡଖାଇ ପାଳି କରି, 

ତୁମ ଭାଗବତ ପଢ଼ା, ହୋମ ଯଜ୍ଞ ସବୁ, 

ଲାଗେ ପ୍ରହସନ ପରି ||


କାନ୍ଦୁଛି ଆଜିର ହିନ୍ଦୁ ସମାଜ ,

ଏମିତି ଧାର୍ମିକ ଧରି, 

ସମୟ ଥାଉଁଣୁ ସୁଧୁରି ଯାଅ ହେ,

ଜୀବ ଦୟା କୁ ଆଦରି ||


Rate this content
Log in

Similar oriya poem from Abstract