Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DILIP KUMAR SAHOO

Children

4.3  

DILIP KUMAR SAHOO

Children

ନାଲିରକ୍ତ

ନାଲିରକ୍ତ

1 min
264



 ସବୁ ମଣିଷଙ୍କ ରକ୍ତ ରଙ୍ଗ ନାଲି

 ଶିରା ପ୍ରଶିରାରେ ବହୁଛି

 ସବୁ ମଣିଷତ ଅଟନ୍ତି ସମାନ

 ସେହି ନାଲିରକ୍ତ କହୁଛି ।

 ଜାତି ଧରମର ଭେଦଭାବ ସବୁ

 ମଣିଷ ତିଆରି କରିଛି

 ଛୋଟିଆ କଥାକୁ ଗଣ୍ଠି କରି ସେତ

 ରକତରେ ହୋଲି ଖେଳୁଛି ।

 ସବୁ ମଣିଷ ତ ପ୍ରଭୁଙ୍କ ସନ୍ତାନ

 ସବୁ ଧର୍ମେ ଲେଖା ହୋଇଛି

 ସବୁ ବୁଝି ପୁଣି ଏ ମଣିଷ କିଆଁ

 ମଣିଷ ପଣିଆ ଭୁଲୁଛି !

 ଛୁଆଁ ଅଛୁଆଁ ର ଭେଦଭାବ ଆମ

 ସମାଜ ଉଜାଡି ଦେଉଛି

 ସମ୍ପ୍ରତି ସଦ୍ଭାବ ଗଉରବ ଆମ

 କିଏବା ସେକଥା ଭାବୁଛି!

 କେତେ ଦେଶ ଭକ୍ତ ତାଙ୍କ ନାଲି ରକ୍ତେ

ମାଟିକୁ ଭିଜେଇ ଦେଇକି

 ବିଦେଶୀ ମାନଙ୍କୁ ଦେଶରୁ ହଟେଇ

ସ୍ବାଧୀନତା ଗଲେ ଦେଇକି ।

ନାଲିରକ୍ତ ଭିଜା ସେହି ମାଟିକୁତ

ଚନ୍ଦନ ପରିକା ନାଇକି

ଜାତି ଧରମର ଭେଦଭାବ ସବୁ

ଦେବା ଆସ ଆମେ ଟାଳିକି ।,



Rate this content
Log in

Similar oriya poem from Children