STORYMIRROR

Manorama Mohanty

Classics

3  

Manorama Mohanty

Classics

ମୁଁ

ମୁଁ

1 min
294


ନିଛାଟିଆ ଅନ୍ଧାର ମଧ୍ୟରେ 

କେବଳ ମାତ୍ର ମିଞ୍ଜିମିଞ୍ଜି ଖଦ୍ୟୋତ ମାନଙ୍କ ଗହଳି ରେ 

ମୁଁ ଖୋଜେ ମୋର ସତ୍ତାକୁ ମୋର ଅସ୍ଥିତ୍ବ କୁ |

ରାତ୍ରି ର ନିର୍ଜନ ପ୍ରହରୀ ରେ 

ଝିଙ୍କାରୀ ର ଝୀଂ ଝୀଂ କାର ସନ୍ତୁଳନ ଭିତରେ 

ମୁଁ ଖୋଜେ ମୋର ସ୍ଥାୟୀତ୍ୱ କୁ |

ହଳାହଳ ମୟ ଦୁନିଆଁ ରେ, 

ନିଃସଙ୍ଗତା ଭାବରେ ବଞ୍ଚିବାର ଯନ୍ତ୍ରଣାକ୍ଲିଷ୍ଟ ଅନୁଭୂତି 

ମନରେ ଉଙ୍କିମାରେ ଗୋଟିଏ ପ୍ରଶ୍ନ 

କଣ ହୋଇପାରେ ଏହାର ମାନେ 

ସଂସାର ବ୍ୟାପକତା ମଧ୍ୟରେ 

"ମୁଁ"ଏପରି ଏକ ସୀମିତ ଶବ୍ଦ ର ଅର୍ଥ |

ଠିକ ସେତିକିବେଳେ 

ପ୍ରକୃତି ତାର ନୀରବତାକୁ ଭାଙ୍ଗିଦିଏ, 

କୌଣସି ନା କୌଣସି ଆଳ ରେ ଆଉ ମୋ ମାନସପଟରେ 

ଉତ୍ତେଜନା ତୋଳୁଥିବା ଚିନ୍ତାଧାରାଟି ଉଭେଇ ଯାଏ |

ସାଥିରେ ନେଇ ମୋର ସେଇ ଅସ୍ଥିତ୍ବ କୁ 

ସବୁଦିନ ପାଇଁ ପ୍ରଶ୍ନବାଚୀ ହୋଇ ରହିଯାଏ ।



Rate this content
Log in

Similar oriya poem from Classics