ମୁଁ ସେଇ ଓଡ଼ିଆ ପୁଅ
ମୁଁ ସେଇ ଓଡ଼ିଆ ପୁଅ
ଆଜି ଓଡ଼ିଶା ଜନମ ଦିନ ଏହି ଶୁଭ ଲଗନେ ପଡ଼ଇ ମନେ ହଜିଲା କଥା ଗରବ ଆସେ ମନେ ଓଡ଼ିଶା ମାଟି ଓଡ଼ିଆ ପୁଅ ଓଡ଼ିଶା ଇତିହାସ ଚଉଦିଗରେ ମହକେ ଯା'ର ଗଉରବ ସୁବାସ,
ମୁଁ ସେଇ ଓଡ଼ିଆ ପୁଅ ଏମିତି କିଏ ନ ଜାଣେ କହ ମୋଅରି ପରିଚୟ ! ଓଡ଼ିଆ ସେନା ପାଇକ ପୁଅ କେ ଅଛି ତାର ସରି ଓଗାଳି ଥିଲା ଫିରିଙ୍ଗି ପଥ ବଜାଇ ବୀର ଭେରୀ ଖୋରଧା ଆଉ ତାପଙ୍ଗ ଗଡ଼ ଆଜି ବି କହେ କଥା ଓଡ଼ିଶା ମାଆ ହୋଇଛି ଠିଆ ପାତିନି କେବେ ମଥା,
ମୁଁ ସେଇ ଓଡ଼ିଆ ପୁଅ ବକ୍ସି ଆଉ ଦଳବେହେରା ଯେଉଁ ମାଆର ପୁଅ । ଭଙ୍ଗା ହେଲେ ବି ସେ ବାରବାଟୀ ହୋଇଛି ଆଜି ଛିଡ଼ାଆମ ବଢ଼େଇ ହାତରେ ଗଢ଼ା କୋଣାରକର ଚୂଡ଼ା ଏଇ ମାଟିର ଗିରିଗୁହାରେ ଲେଖା ଆମରି କଥା ଧଉଳିଗିରି କନ୍ଦରୁ ଶୁଭେ ଧର୍ମାଶୋକର ଗାଥା,
ମୁଁ ସେଇ ଓଡ଼ିଆ ପୁଅ ଓଡ଼ିଆ ବୁଢ଼ା ବାଇମୁଣ୍ଡିକୁ ନ ଚିହ୍ନେ କିଏ କହ ! ଆମ ଭାଷାରେ ଲେଖା ଯେ କେତେ ପୁରାଣ ଗୀତିକଥା କେଡ଼େ ମଧୁର 'କୀଚକ ବଧ', 'ବନ୍ଦୀର ଆତ୍ମକଥା 'କନ୍ଦାଏ କେବେ ବୁଢ଼ା ଶଙ୍ଖାରୀ ହସାଏ ଚନ୍ଦ୍ରମଣି ଚିଲିକାର ସେ କାଳିଜାଇଟି ଆଖିରେ ଆଣେ ପାଣି,
ମୁଁ ସେଇ ଓଡ଼ିଆ ପୁଅ ଯେଉଁ ଓଡ଼ିଆ ଭାଗବତକୁ ନ ପଢ଼େ କିଏ କହ ! ବଡ଼ ଦେଉଳେ ଜଗା ବଳିଆ ଭଉଣୀ ସାଥେ ରହିଅଳପ ହସି ଜଗତ ଜନେ ଦେଉଥାଆନ୍ତି କହିଏ ନୀଳାଚଳେ ସଭିଏଁ ଏକ ନୁହେଁ କେ ବଡ଼ ସାନ ଗଜପତି ବି ଧରନ୍ତି ଝାଡ଼ୁ ଭୁଲି ଆପଣା ମାନ,
ମୁଁ ସେଇ ଓଡ଼ିଆ ପୁଅ ଭରସା ଯା'ର କାଳିଆ ତା'ର କେଉଁ କଥାକୁ ଭୟ !