STORYMIRROR

Geetanjali Pradhan

Abstract

4  

Geetanjali Pradhan

Abstract

ମୁଁ କିଏ ?

ମୁଁ କିଏ ?

1 min
318

ମୁଁ କିଏ?

ମୋ ଅନ୍ତରାତ୍ମା ବେଳେବେଳେ ପ୍ରଶ୍ନ କରେ ମୋତେ ମୁଁ କିଏ?

କଣ ମୁଁ ଏକ ଶୁଷ୍କ କାଠ କୁ ଆଶ୍ରା କରି ବଞ୍ଚି ରହିଥିବା ଦୁର୍ବଳ ତରୁଲତା ଟିଏ,

ନା ଭାବନା ରୂପକ ୧୦୦୦ ପକ୍ଷୀ କୁ ଆଶ୍ରା ଦେଇଥିବା ବିଶାଳ ବୃକ୍ଷ ଟିଏ ?

ମୁଁ କିଏ?

ବାତ୍ୟା ରେ ମଡ଼ମଡ଼ କରି ଭାଙ୍ଗି ଯାଉଥିବା ବୃକ୍ଷ ମଧ୍ୟ ରୁ ଗୋଟିଏ,

ନା ସବୁ କିଛି ମୁଣ୍ଡ ପାତି ସହି ପୁଣି ସିଧା ଠିଆ ହେଉଥିବା ଦୁବ ଘାସ ଟିଏ ?

ମୁଁ କିଏ ?

ଝଡ଼ ବର୍ଷା କୁ ଡ଼ରି ବସା ରେ ଆସି ଲୁଚି ଯାଉଥିବା ପକ୍ଷୀ ଟିଏ,

ନା ସାହସ ର ସହ ମେଘ ଉପରେ ଉଡୁଥିବା ଛଞ୍ଚାଣ ଟିଏ ?

ମୁଁ କିଏ ?

ନିଜ କ୍ଷମତା ରେ ପୃଥିବୀ ଅଧିକାର କରିଥିବା ସୀମାହୀନ ସାଗର ଟିଏ, 

ନା କିଛି ଉଦ୍ଦେଶ୍ୟ ନେଇ ଖୋଳା ଯାଇଥିବା ପୋଖରୀ ଟିଏ ?

ମୁଁ କିଏ ?

ମଣିଷ ନିଜ ଇଚ୍ଛା ରେ ନଚଉଥିବା ହତଗଢ଼ା କଣ୍ଢେଇ ଟିଏ,

ନା କାହା ହାତ ରେ ଧରା ଦେଉନଥିବା ଚୁଲବୁଲି ପ୍ରଜାପତି ଟିଏ?

ମୁଁ କିଏ ?

ଅନ୍ୟ ଆଲୋକ ରେ ଆଲୋକିତ ହେଉଥିବା ଜହ୍ନ ଟିଏ,

ନା କ୍ଷୀଣ ହେଲେ ବି ନିଜସ୍ଵ ଆଲୋକ ଥିବା କ୍ଷୁଦ୍ର ଖୋଦ୍ୟତ ଟିଏ ?

ମୁଁ କିଏ ? 

ଘଞ୍ଚ ଶାଖା ମେଲି ଫଳ ପୁଷ୍ପ ରେ ଭରି ମାଟି ଉପରକୁ ଶୋଭା ପାଉଥିବା ଗଛର ଅଂଶ ଟିଏ,

ନା ମାଟି ତଳେ ଲୁଚି ରହି ସେହି ସୁନ୍ଦର ଗଛ କୁ ଧରି ରଖିଥିବା ଚେର ଟିଏ ?

ମୁଁ କିଏ ? ମୁଁ କିଏ ?

ଅନେକ ପ୍ରଶ୍ନ , ଅନେକ ସମ୍ଭାବ୍ୟ ଉତ୍ତର କୁ ବାରମ୍ବାର

ବିଶ୍ଳେଷଣ କଲା ପରେ ଗୋଟିଏ ଉତ୍ତର ମିଳିଲା...

୨୦, ୨୫ ଟି ଶବ୍ଦ କୁ ନେଇ ମନ ର ଅସରନ୍ତି କଥା ଆଉ

ବ୍ୟଥା କୁ ଲେଖିବାକୁ ଚେଷ୍ଟା କରୁଥିବା

ମୁଁ ପାଗଳ ମଣିଷ ଟିଏ.....ପାଗଳ ମଣିଷ ଟିଏ...।।



Rate this content
Log in

More oriya poem from Geetanjali Pradhan

Similar oriya poem from Abstract