ମୁଁ କବି, ତୁମେ ମୋ କବିତା
ମୁଁ କବି, ତୁମେ ମୋ କବିତା
ମାଟି କୋଳେ ଆକାଶଟା ଥାପିଥିବ ମଥା
ପବନଟା ଗୁଣୁ ଗୁଣୁ ଗାଇବ କବିତା
ଲିଭୁଥିବ ଯେତେ ଚିହ୍ନ ହୃଦୟର ବ୍ୟଥା
ଯେବେ ତୁମେ ଦେଖାହେଇ କହିବ ସେ କଥା ll
ଫୁଟିଥିବା ଫୁଲ ଯେତେ ହୋଇବେ ଫୁଲେଇ
ଫଗୁଣଟା ଫଗୁଧରି ଆସିବ ଓହ୍ଲେଇ
ବଢୁଥିବ ଧିରେ ଧିରେ ଭିତରେ ଉଷ୍ମତା
ଯେବେ ତୁମେ ଦେଖାହେଇ କହିବ ସେ କଥା ll
ମିଠାମିଠା ଲାଗୁଥିବ ଦୁନିଆଟା ସାରା
ଛାଇ ଠାରୁ ବେଶୀ ସ୍ନେହ ଦେଉଥିବ ଖରା
ଅଧା ଏଇ ଜୀବନଟା ଲଭିବ ପୂର୍ଣ୍ଣତା
ଯେବେ ତୁମେ ଦେଖା ହୋଇ କହିବ ସେ କଥା ll
ଅଦିନିଆ ଶ୍ରାବଣରେ ଦେହ ଭିଜୁଥିବ
ମନସାରା ଇନ୍ଦ୍ରଧନୁ ରଙ୍ଗ ଲାଗିଥିବ
ଧୀରେଧୀରେ ସରିଯିବ ତମାମ ଦୂରତା
ଯେବେ ତୁମେ ଦେଖା ହେଇ କହିବ ସେ କଥା ll
ସଞ୍ଜ ହେଲେ ନୂଆ ଏକ ଜହ୍ନଟେ ଉଇଁବ
ଚେଇଁରହି ଆମ ପ୍ରେମ ସାକ୍ଷୀଟେ ସାଜିବ
ରାତି କାଗଜେ ମୁଁ କବି ତୁମେ ମୋ କବିତା
ଯେବେ ତୁମେ ଦେଖା ହେଇ କହିବ ସେ କଥା ll