STORYMIRROR

ବଂଶୀଧର ମାଝୀ

Inspirational

2.6  

ବଂଶୀଧର ମାଝୀ

Inspirational

ମୁଇଁ କଳାପ୍ରେମୀ

ମୁଇଁ କଳାପ୍ରେମୀ

1 min
14K


କଳା ରଂଗ ମହାମୁସକିଲ୍ ଆଏ

ଅଂଧାର ଭିତରେ ବି ଝକଝକେଇ କରି

ସାରା ଦୁନିଆଁ ଉକିଆ କରସି ଜନ୍

କେତେବେଲେ ସେ ନିଜେବି ଫସି ଯାଏସି

କଳା କିଟକିଟ ଅଂଧାର ଭିତରେ...

ଅଂଧାର ଭିତରେ ବଢୁଥିବା କନ୍ୟା ଭୃଣ

ସିଧା ସରଗକେ ଚାଲି ଯାଏସି...

ଧୋପ ଫରଫର ଉକିଆ ବି

ଥରେ ଥରେ ଅଂଧାର ହେଇ ଯାଏସି

ମଂଦିର ଅଂଧାର ଭିତରେ ଦେବୀ

କଣା ହେଇ ଯାଏସି...

ଆଠ ବଏସିଆ ଟୁକେଲ ମରି ଯାଏସି...

ଇ କଳା ରଂଗ ମରଲାଗି

ମହା ରହସ୍ୟମୟ ଆଏ ଭାଇ....!


କେତେବେଲେ କଳା ଭିତରେ ବଂଚିବାର ଲାଗି

ଛନଛନେଇ ଜାଏସି ମନ୍

ଚିଟକି ପକାସି ମାଁ ମାଟିର ଇତିହାସ୍

ହଜଲା ନୁକଲା ଶବଦ୍...

ବହୁତ ଖୁସି ଲାଗସି ଅବୁଝା ଝନେ

ଥାପଡି ପିଟି ଦେଲେ... ମଁଚାନ୍ ପାଶେ

କାଏଁହେଲା ଯେ କଳାକେ ମୁଇଁ

ଏତେ ବେସି ଭଲ୍ ପାଏସିଁ..

ଜାନି ନାଇଁପାରେ ମୁଇଁ... ମତେ ସେ

ଜୋର୍ ବରଦସ୍ତ ଭିଡି ନେସି...

କଳା ଏତେ ଆନଁଦ୍ ଦେସି ଯେ

ମୁଇଁ ତାର୍ ଭିତରେ ଲିନ୍ ହେବାକେ

ଚାହେସିଁ...!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational