Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବଂଶୀଧର ମାଝୀ

Others

2  

ବଂଶୀଧର ମାଝୀ

Others

ଦେବୀ

ଦେବୀ

1 min
6.9K


ଆତ୍ମାର ସଳିତା ଓ ବିବେକର ତୈଳରେ

ଜାଲୁଛି ମୁଁ ମହାଦୀପ...

ଦେବୀ ତମେ କେତେ ଦୂରେ...?

ଜୀବନ କୁଁଢିରେ ଦପଦପ ଜଳେ

ରକ୍ତ ରଂଗର ଦୀପଶିଖା...

ତଳେ ଅସହାୟ ଛାଇର ବିବ୍ରତ ଘୂର୍ଣ୍ଣନ

ପଥର ଦେଉଳର ସିଂହାସନ ଉପରେ

ସ୍ଥିର ଅବିଚଳିତ ଦେବୀ ପ୍ରତିମା ।

ହେ ଦେବୀ ! ମୁଁ ଜାଣେନା..

ପୂଜାର୍ଚ୍ଚନା‐ପୁଷ୍ପାଞ୍ଜଳି‐ଆଳତି

ଅସତ୍ୟ ଓ ଅନ୍ୟାୟର ମନ୍ତ୍ର...

ଏଠି ତ... ତମର ଅନେକ ଭକ୍ତ...

ତୁମକୁ ଯାଚୁଛନ୍ତି ...ଲାଂଚ ।

ହେ ଦେବୀ ! ମୁଁ ଶୁଣିଛି...

ଏ ସୃଷ୍ଟିର ସ୍ରଷ୍ଟା ତମେ...

ମୋ ଜୀବନ ଦାତା ବି ତମେ...

ସବୁ ତ ତମର... ଆଉ କ'ଣ ବା ଦେବି..?

କିଛି ବି ମାଗୁନି... କିନ୍ତୁ.

ଗୋଟିଏ ଅର୍ଦ୍ଦଳୀ କରୁଛି...

ଦୀପଶିଖା ଲିଭିବା ଆଗରୁ

ଅନ୍ତତଃ ଥରୁଟିଏ ଦର୍ଶନ ଦେବ...

ମାତ୍ର ଥରୁଟିଏ ଦର୍ଶନ !!

ଫଟମୁଣ୍ତା, ଘଣ୍ଟାପଡା, ବୌଦ୍ଧ‐ ୧୮

ଦୂରଭାଷ ‐ ୯୧୭୮୮୦୩୩୮୮


Rate this content
Log in