ତୁମେ ଗଲାପରେ
ତୁମେ ଗଲାପରେ
1 min
170
ବୈଶାଖୀର ମଧ୍ୟରାତ୍ରରେ
ପୋସେ ମେଘହୋଇ ଝପଟି ଆସ ଯେ
ଭିଜିଯାଏ ମୁଁ, ଭିଜିଯାଏ ମନ ।
ଜ୍ୟୈଷ୍ଠର ମଧ୍ୟାହ୍ନରେ
କୋଇଲି ହୋଇ ଗଜଲ ଗାଅ ଯେ
ଭାବୁକ ଭୋଇଯାଏ ନୀରସ ପ୍ରାଣ ।
ବିଷାଦର ଝଡି ବର୍ଷାରେ
କୁଆପଥର ହୋଇ ଆସ ଯେ
ଫୁଲପରି ଲାଗେ ସେ ସ୍ପର୍ଶ ।
ଆଞ୍ଜୁଳେ ଭାବନାର କୁହୁଡି ପାଗରେ
ହଠାତ୍ ବିଦ୍ୟୁତ ଚାଲିଯାଏ ଯେବେ
ମୁଁ ଭାବେ ଆଖିଏ ସ୍ବପ୍ନ ନେଇ
ତମେ ହିଁ ଆସୁଛ ।
ତମେ ଗଲାପରେ
ରୁଗ୍ଣ ହୋଇଯାଏ ଆନନ୍ଦର କ୍ଷେତ
ଶୁଷ୍କ ହୋଇଯାଏ ଶ୍ରାବଣର ସ୍ବର ॥