STORYMIRROR

ବଂଶୀଧର ମାଝୀ

Inspirational

2  

ବଂଶୀଧର ମାଝୀ

Inspirational

ବାପା

ବାପା

1 min
14K


ସ୍ବାଭିମାନୀ ମଣିଷଟିଏ ମୋ ବାପା...

'ଅ' କୁ 'ମ' କହନ୍ତିନି କେବେ...

ଗୋରୁ ପରି ସରଳ...

ଏକଦମ୍ ସାଧାସିଧା

ବାପା,

ତମ ନିଃସର୍ତ୍ତ ଭଲପାଇବା

ମୋ ପାଇଁ...

ସବୁଠୁ ମୂଲ୍ୟବାନ...

ବାପା,

ତମେ ପୋତିଥିବା ମଞ୍ଜିର ଚାରାଟିଏ ମୁଁ...

ଧୀରେ ଧୀରେ ବଢୁଛି...

ଦୁନିଆକୁ ଚିହ୍ନିବାକୁ ପ୍ରୟାସ କରୁଛି ।

ତମ ଅମୃତ ହାତର ଆଶୀର୍ବାଦ

ସଦା ଥାଉ ମୁଣ୍ତ ଉପରେ...

କୌଣସି କୁଶକ୍ତି ଦିଗଭ୍ରଷ୍ଟ ନକରୁ

ବିଚ୍ୟୁତ ନହେଉ ମୋ ମତି...

ଦୁନିଆ ଝାଞ୍ଜିରେ ମଉଲି ପଡେ ବା

ଫୁଲ ଫୁଟେ ମହାଦ୍ରୁମ ହୋଇ

ବାପା...

ଜୟକାର ହେଉ ତୁମ ଆଦର୍ଶର...!

***

ଫଟାମୁଣ୍ତା, ଘଣ୍ଟାପଡା, ବୌଦ୍ଧ‐୧୮

ଭ୍ରାମ୍ୟଭାଷ‐୯୧୭୮୮୦୩୩୮୮


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational