STORYMIRROR

Niranjan Sahu

Comedy Romance

3  

Niranjan Sahu

Comedy Romance

ମରିବ ଦଉଡି ଦେଇ

ମରିବ ଦଉଡି ଦେଇ

1 min
198


ଆହେ ଯୁବଗୋଷ୍ଠୀ ମନଦେଇ ଶୁଣ

ଯାହା କହୁଅଛି ମୁହିଁ

ମନଦେଇ ଶୁଣି ମନେରଖ ତାକୁ

ଦୁଃଖ ଆସିବ ନାହିଁ........


ଫେସବୁକ ରେ ଘୁରି ବୁଲୁଛନ୍ତି

ଛଦ୍ମବେଶି ବାରଙ୍ଗନା

ପ୍ରେମ ଇସାରାରେ ସବୁ ଲୁଟିନେବେ

ଜୀବନ ହୋଇବ ଚୁନା.......


ମିଛରେ ମିଛରେ ପ୍ରେମ କରିବେ

ପେଟରେ କପଟ ରଖି

ଭିତରେ ଭିତରେ ସବୁ ଲୁଟି ନେବେ

ଜୀବନ ଟା ହେବ ଦୁଃଖୀ........


ଏତିକି ଟିକିଏ ଜାଣି ପାରୁନାହଁ

ତୁମେ କି ଏତେ ସୁନ୍ଦର

ଏତିକି ଟିକିଏ ଜାଣି ପାରୁନାହିଁ

ତୁମେ କି ଏତେ ଯୋଗ୍ୟର.......


ତୁମ ବିନା କଣ ଆଉ କିଏ ନାହିଁ

ଏତେ ବଡ଼ ଏଇ ସଂସାରେ

ଛଦ୍ମବେଶି ବାରଙ୍ଗନା ପଡ଼ିଯାଏ

ତୁମର ସାଥିରେ ପ୍ରେମରେ........


ଫେସବୁକ ପ୍ରେମ ମରୀଚିକା ଅଟେ

ପବନେ ପବନ ଲୀଳା

ପବନ ଲୀଳା ରେ ଖେଳ ଯେବେ ଖେଳ

ଡାକିବ ଦାଣ୍ଡର କିଳା.....


ଦାଣ୍ଡର କିଳା କୁ ଜମା ଡାକ ନାହିଁ

ଜୀବନ ଅଶାନ୍ତି ହେବ

ଜୀବନେ ଜୀବନ ନଷ୍ଟ ହୋଇଯିବ

ଅବେଳରେ ଚାଲିଯିବ.........


କିଳା ଯେବେ ଆସି ଖଞ୍ଜି ହୋଇଯିବ

କହିବ କାହାକୁ ଯାଇ

ସହିପାରିବନି ରହିପାରିବନି

ମରିବ ଦଉଡି ଦେଇ....



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy