STORYMIRROR

ABADHOOT PANDA

Inspirational Others

3  

ABADHOOT PANDA

Inspirational Others

ମୋର ଜାଗତିକ ଦାୟିତ୍ୱବୋଧ

ମୋର ଜାଗତିକ ଦାୟିତ୍ୱବୋଧ

1 min
140

କ୍ରମ ବିବର୍ତ୍ତନ ଉଦ୍ୟୋଗରୁ କଲି ମୁଁ ଲାଭ

ଏକ ଅନ୍ତିମ ପୁରସ୍କାର ନବ ଆଭରଣଯୁକ୍ତ

ମାନବୀୟ ମସ୍ତିଷ୍କ ଯାହା ମୋତେ କରିପାରିଲା

ଜ୍ଞାନୀ ତଥା ବିଚାରବନ୍ତ,ନିୟୋଜିତ ହୋଇଥିବା

ସଚେତନ ମେଧାଶକ୍ତି ଜରିଆରେ ଆଉ ମୁଁ ବି

ସାର୍ବଜନୀନ ଭାବେ ସମାବିଷ୍ଟ କରିବି

ପରୋପକାରୀ ଅଭିପ୍ରାୟ ମୋ ନିଜ ମନପ୍ରାଣରେ l


ପରିମିତ ଅଂଶୀଦାର ଅବସ୍ଥାରେ

ମନ ଭଲପାଏ ରହିବାକୁ ସେହି କ୍ଷେତ୍ରରେ

ଏବଂ ଲାଗିରହିଥାଏ ଅସୀମ ସମ୍ଭାବନାର

ଏକ ଜାଗତିକ କର୍ମକ୍ଷେତ୍ରର କର୍ମୀ ଭାବରେ

ସାଥିରେ ନେଇ ମୋର ସଚେତନ ବୁଦ୍ଧିବିଦ୍ୟାକୁ

ଅନୁମତି ଦେଇ ମୋତେ ବାଛିବାକୁ ଆଉ

ପ୍ରଦର୍ଶନ କରିବାକୁ ମୋର ସର୍ବୋତ୍କୃଷ୍ଟ

ଚୟନ କୃତ ସାମର୍ଥ୍ୟରାଜିକୁ l


ମୋର ସଚେତନ ବୁଦ୍ଧିମତ୍ତା ତଥା ମୋର

ଦେଖଣାହାରୀ ଅଭିପ୍ରାୟ ସହିତ ବିନାଶ ହୁଏ

ଏହାର ଜାଗତିକ ତରଙ୍ଗର ସଞ୍ଚାରଣ ଏବଂ

ରୂପାନ୍ତରିତ ହୋଇଥାଏ ମୋଦ୍ଵାରା

ବଛାଯାଇଥିବା ତରଙ୍ଗର କ୍ଷୁଦ୍ରାତି କ୍ଷୁଦ୍ରାଂଶରେ

ପାଖା ପାଖି ସ୍ଥାନବଦ୍ଧ ହେବା ଲକ୍ଷରେ l


ପ୍ରତିମୁହୂର୍ତ୍ତରେ ମୁଁ ମୋର ବାସ୍ତବତାକୁ

ନିର୍ମାଣ କରିଚାଲେ ତା ପରେ ପରେ ବିଚାର

କରେ ଆଉ ଖୋଜିଚାଲେ ପାତ୍ରଗଣଙ୍କୁ

ଯେଉଁମାନଙ୍କ ଭିତରେ କେଉଁମାନଙ୍କୁ ମୁଁ

କରିବି ନିନ୍ଦା ଆଉ କାହିଁକି ଓ କେଉଁମାନଙ୍କ

ନିମନ୍ତେ କରିବି ମୁଁ ଦୁଃଖପୂର୍ଣ୍ଣ ବିଳାପ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational