Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.
Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.

Lizi Das

Classics Inspirational Others

3  

Lizi Das

Classics Inspirational Others

ମୋ ଓଡ଼ିଶା

ମୋ ଓଡ଼ିଶା

2 mins
89


 ମୋ ରାଇଜ ଓଡ଼ିଶା

ଆହା କି ସୁନ୍ଦର।


ଏହାର ମାଟି ପାଣି ପବନରେ

ସତେ ଅଛି କି ସୁନ୍ଦର ବାସ୍ନା

ସାଢ଼େ ଚାରି କୋଟି ଓଡିଆଙ୍କ

ମନ ଓ ପ୍ରାଣ କୁ ବିମୋହିତ କରି ରଖିଛି।


 ଓଡ଼ିଆ ପୁଣି ମୋ ଭାଷା

 ଭାରି ମଧୁର ଅଟେ ମୋ ଭାଷା

ସବୁ ଓଡ଼ିଆମାାନଙ୍କ ପାଏ ସେ ଶୋଭା।

ମୋ ରାଜ୍ୟର କଳା ସଂସ୍କୃତି ଓ ପରମ୍ପରା

ଆହା କି ମନୋଲୋଭା।


ମୋ ସ୍ଥାପତ୍ୟ, ସାହିତ୍ୟ ଓ ସଭ୍ୟତା

ସତେ ଭାରି ମୁଗ୍ଧ କର।

ମୋ ଓଡ଼ିଶା ରାଜ୍ୟର

ପ୍ରାକୃତିକ ସୌନ୍ଦର୍ଯ୍ୟ ଅଟେ

ଭାରି ହୃଦୟ ସ୍ପର୍ଶି।


ପ୍ରାଚୀନ କଳା ଓ କାରୁକାର୍ଯ୍ୟ ପରିଲକ୍ଷିତ

ହୁଏ ମୋ ରାଜ୍ୟର ମନ୍ଦିର ଓ ଅଟ୍ଟାଳିକା ମାନଙ୍କରେ।

ମୋ ରାଜ୍ୟର ମହାପୁରୁଷଙ୍କ ଆତ୍ମ ଜୀବନୀ ଅଟେ

 ଭାରି ଶିକ୍ଷଣୀୟ।


 ସାଧୁସନ୍ଥଙ୍କ ନୀତି ବାଣୀ ମୋ ରାଜ୍ୟ

କୁ ବିିକାଶ ରେ ଅଟେ ଭାରି ଉପଯୋଗି।

 ବାର ମାସରେ ତେର ପର୍ବ ପାଳିତ

ହୁଏ ମୋ ରାଜ୍ୟ ବାସୀଙ୍କ ଘରେ ଘରେ।


 ବିଭିନ୍ନ ପ୍ରାନ୍ତର ଖାଦ୍ୟ ବ୍ୟଞ୍ଜନ ମୋ ରାଜ୍ୟର

 ପାଟିକୁ ଲାଗେ ଆହା କି ସୁଆଦିଆ

ଥରେ ଯେ ଖାଇଛି ତାହାର

ପ୍ରଶଂସା କରି ରହି ନ ପାରିଛି।

 ପଖାଳ କଂସା ସାଂଗକୁ ଶାଗମୁଗ 

ପୁଣି ବଡ଼ି ଚୁରା ପ୍ରତି ଓଡିିିଆଙ୍କ

 ଦେହ ଓ ମନକୁ ଦିଏ କି ଶାନ୍ତି ଓ 

ଆରାମ ତାହାର ବର୍ଣ୍ଣନା କରି କେହି ନ ପାରଇ ।


 ମନ୍ଦିର ମାଳିନୀ ନଗର ଅଟେ 

ମୋ  ରାଜଧାନୀ ଭୁବନେଶ୍ବର।

  ଚିଲିକାର ପକ୍ଷୀ ବିହାରକୁ

ପୁଣି ପୁରୀର ବିଶ୍ବ ପ୍ରସିଦ୍ଧ ଜଗନ୍ନାଥଙ୍କ ମନ୍ଦିର

 ମୋ ରାଜ୍ୟକୁ କରେ ସାରା ବିଶ୍ବରେ ପରିଚିତ।


 ପୁରୀ ବେଳାଭୂମିର ସେ ଲହରୀର ତରଂଗ ମାଳା 

 ସାଂଗକୁ ସୁଲୁସୁଲୁ ଶୀତଳ ପବନ ଦେହ

 ମନକୁ କରେ  ଶିହରଣ।

ଚନ୍ଦ୍ରଭାଗା ନଦୀର ସେ ମନମୁଗ୍ଧକର ନୀଳ

 ଲହରୀ ହୃଦୟରେ ଖେଳାଏ ସ୍ପନ୍ଦନ।

 କୋଣାର୍କର କାରୁକାର୍ଯ୍ୟ ଅଟେ ଭାରି ସୁନ୍ଦର

 ପର୍ଯ୍ୟଟକ ଙ୍କୁ କରେ ଭାରି ଆକର୍ଷିତ।


 ନନ୍ଦନ କାନନର ଜୀବ ଉଦ୍ୟାନ 

ପୁୁଣି ବଟନିକାଲ ବଗିଚା ର ସୁୁନ୍ଦର ତା

 ସଭିଙ୍କ ମନକୁ ଯାଏ ଛୁଇଁ।

 କଟକ ସହରର  ବାରବାଟି ଦୁର୍ଗ ସାଥେ

 ବାଲିଯାତ୍ରା ଓ ଦଶହରା ପର୍ବ ର ମେଳନ

 ତା ସାଙ୍ଗେ ତାରକସି କାମ ମୋ ରାଜ୍ୟକୁ

 ସାରା ବିଶ୍ବରେ ଦେଇଛି ଏକ ସ୍ବତନ୍ତ୍ର ପରିଚୟ।


 ବାଉନ କୋଟି  ଦେବାଦେବୀ ପୂଜା ପାଆନ୍ତି

 ମୋ ରାଜ୍ୟର ମନ୍ଦିର ମାନଙ୍କରେ।

 ମୋ ରାଜ୍ୟର ସଂଗିତ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ

 ସାଢ଼େ ଚାରି କୋଟି ଓଡିଆଙ୍କ ହୃଦୟରେ ହୋଇଛି ବିିରାଜମାନ।


 ମୋ ଓଡ଼ିଶା ର ମାଟି ପାଣି ପବନ

 କଳା ସଂସ୍କୃତି ସଭ୍ୟତା ପରମ୍ପରା 

ଓ ପର୍ବତ ଝରଣା ଓ ପାହାଡ

 ଗଛଲତା ଓ ପ୍ର୍ରାକୁତିକ  ପରିିିଵେଶ 

ସୁୁନ୍ଦର କରି ଗଢି  ତୋଳଛି ସାରା ବିଶ୍ବରେ

ମୋ ଓଡ଼ିଶା ରାଜ୍ୟକୁ।

 ଉତ୍କଳ ମାତାର ସନ୍ତାନ ବୋଲି

ନିଜକୁ ଲାଗେ ଭାରି ଗର୍ବ।

ପୂୂର୍ଣ୍ଣ ଭୁୁୁମି ଅଟେ ମୋ ଓଡ଼ିଶା ପ୍ରଦେଶ।


Rate this content
Log in

Similar oriya poem from Classics