Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Panchanan Jena

Inspirational

4  

Panchanan Jena

Inspirational

ମୋ' ମାତୃଭାଷା

ମୋ' ମାତୃଭାଷା

1 min
6


ମୋ ଭାଷା ମୋର ପରିଚୟ

ଅନ୍ତର ତଳର ଆବେଗ

ହୃଦୟ କନ୍ଦର ଭାବାବେଗ

ବ୍ୟକ୍ତ କରିବାରେ ସକ୍ଷମ ସହାୟ ।


ମୋ ମା'ର ଭାଷା ମୋର ବିଜୟ

ଅଫୁରନ୍ତ ଭାବନାର ଉତ୍ସକୂପ

ଅସରନ୍ତି ଚେତନାର ମହାଦୀପ

ବଖାଣିବାରେ ଅତୁଲ୍ୟ ଖୁସି ବଳୟ ।


ମୋ' ମାଟିର ଭାଷା ମୋର ସହାୟ

ଦୟା କରୁଣାରେ ମହନୀୟ 

ତ୍ୟାଗ ତୀତିକ୍ଷାରେ ପୂଜନୀୟ

କାଳ ବକ୍ଷରେ ଶିଳାଲେଖ ଅକ୍ଷୟ ।


ମୋ' ମାତୃଭାଷା ମୋର ସ୍ୱର୍ଣ୍ଣିମ ସ୍ଵାକ୍ଷର

ଦେଶପ୍ରେମ ବହ୍ନି ଜଳେଇବାରେ

ଜାତୀୟତାର ବୀଜ ବୁଣିବାରେ

ମଗଜରେ ଦେଶ ମାତୃକାର ଜୟ ଜୟକାର ।


ମୋ' ପ୍ରଦେଶର ଭାଷା ମୋର ଅନ୍ତରାତ୍ମା

ଓଡିଆରେ କଥନ ଲିଖନ ଭାଷଣ

ଗାଳି ଗୁଲଜ କଳି କଜିଆ ସମ୍ଭାଷଣ

ସମସ୍ୟା ବତୁରା ମନକୁ କରିପାରେ ମହାତ୍ମା ।


ମୋ' ଓଡିଆ ଭାଷା ମୋର ବେଉସା

ସଂସ୍କୃତି ପରମ୍ପରା ବାଣ୍ଟିବାରେ

ପରକୁ ଆପଣାର ବାକ୍ୟଗଣ୍ଠିରେ

ସୃଷ୍ଟି କରିପାରେ ଶିଳାମୁଖେ ମୁରୁକି ହସା ।


Rate this content
Log in

Similar oriya poem from Inspirational