ମୋ ଗାଁ
ମୋ ଗାଁ
ସେକାଳ ସକାଳ ନାହିଁ ଧନ ମଣି
ସେକାଳ ପଖାଳ ନାହିଁ
ଚଷା ପୁଅ ଏବେ ଚାଷ ହୁଡି ଲାଣି
ବିପିଏଲ ଚାଉଳ ପାଇଁ
ପାଠ ପଢି ମୋର ସ୍ଵାଭିମାନୀ ପୁଅ
ଯାଏ ତ ଦାଦନ ଖଟି
ଅପାଠୁଆ ଯେତେ କୁଜି ନେତାମାନେ
ନୀଇତି ମାଗନ୍ତି ବଟି
ପ୍ରତିଷ୍ପର୍ଦ୍ଧା ଏଠି ଚାଲୁଅଛି ଭାଇ
ଗରିବ ତ ହବା ପାଇଁ
ସରକାରୀ କାଗଜେ ନିଜ ନାଁ ଲେଖି
ମାଗଣା ଖାଇବା ପାଇଁ
କୁନ୍ଦୁଲି , ବେବିନା କେତେ ଯେ ଭଉଣୀ
ହୁଏ ଆଜି ହନ୍ତ ସନ୍ଥ
ଗଣତନ୍ତ୍ର ର ଏକି ସ୍ବାଧୀନତା
କେବେ ହେବ ୟାର ଅନ୍ତ
ଭାରି ସ୍ଵାଭିମାନୀ କେତେ ସ୍ୱାବଲମ୍ବୀ
ଥିଲା ସେ ଓଡ଼ିଆ ପୁଅ
ସରକାରୀ ଯୋଜନା ଅଳସୁଆ କଲା
ଏବେ ତ ବୁଝିବା ହୁଅ
