STORYMIRROR

Swarnamayee Sarangi

Inspirational

3  

Swarnamayee Sarangi

Inspirational

ମୋ ଭାଷା

ମୋ ଭାଷା

1 min
117

ମୋ ମାଆର ଭାଷା

ଠିକ୍ ମୋ ଭଳି ପ୍ରିୟ ସିଏ ମୋର

ମିଠା ମିଠା ସୁଗନ୍ଧରେ ଭରା

ମଧୁମୟ ମଧୁଝରା ଆବେଗରେ ପୂର୍ଣ୍ଣ 

ତାର ଅବୟବ ପରା,

ସୁନ୍ଦର୍ ସାବଲୀଳ ଶ୍ରୁତି ମଧୁର

ଶବ୍ଦର ସଜ ଫୁଲମାନଙ୍କରେ

ଗୁନ୍ଥା ମାଳଟିଏ ପରା।


ମୋ ଭାଷା

ମୋ ଭାବ ମୋ ଅନୁଭବ

ମୋ ହସ ମୋ ଲୁହ ମୋ ଭକ୍ତି

ମୋ ପ୍ରୀତିର ଇତି କଥା

ମୋ ଚିନ୍ତା ମୋ ଅନୁଚିନ୍ତାର

ବେଗାଗମୀ ନଦୀଟିଏ

ମୋ ସମ୍ପର୍କର ସେତୁ ସିଏ

ମୋ ସଂସ୍କୃତି ମୋ ପରମ୍ପରା

ମୋ ଜୀବନ ଦର୍ଶନ ମୋ ଅସ୍ମିତାର

ଛଳ ଛଳ ଗାଥା।


ମୋ ଭାଷା

ସାରା ବିଶ୍ୱରେ ନିଆରା

ଲେଖିଛି ସେ ଭାଗବତ ରାମାୟଣ ଗୀତା

ଲେଖିଛି ସେ ଧରମାର ଆତ୍ମ ବଳିଦାନ

ଲେଖିଛି ସେ ବାଜି ରାଉତର ଦେଶ ପ୍ରେମ

ଲେଖିଛି ସେ ଏକଲବ୍ୟ ଆରୁଣୀର ଗୁରୁଭକ୍ତିର

ଚରମ ନିଦର୍ଶନ।

ମୋ ଭାଷା

ମୋ ମାତୃଭୂମିର ଗାରିମା

ତା ସବୁଜ ବନାନୀ ତା ସୁନୀଳ ସାଗର

ତା ନିଘଂଚ ଜଙ୍ଗଲର ଅପୂର୍ବ ସୁଷମା

କବିର କବିତାରେ ରୁଦ୍ଧିମନ୍ତ

ହାସ୍ୟମୟୀ ଲାସ୍ୟମୟୀ ମନୋରମା।

ମୋ ଭାଷା

ହେଉ ଦୀର୍ଘ ଜୀବି

ହେଉ ଚିରଞ୍ଜିବୀ

ଫୁଲ ବର୍ଷୁ ତା ଯାତ୍ରା ପଥରେ

କୋଇଲି କଣ୍ଠରେ ସେ ଗାଉ କୁହୁ କୁହୂ

ଶୀତଳ ଚନ୍ଦନ ପରି ଲେପି ହୋଇଯାଉ

ସବୁରି ପ୍ରାଣରେ

ମଳୟ ପବନ ପରି ବହି ଯାଉ ମାତୃଭୂମିର

ଅଗଣାରେ, ସୂର୍ଯ୍ୟ ପରି ହେଉ ତେଜଦୀପ୍ତ

ଛୁଇଁ ଯାଉ ଉନ୍ନତିର ଶିଖର

ଏହି ମୋର ଆଶା 

ଏହି ମୋର ଅଭିଳାଷା।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Swarnamayee Sarangi

Similar oriya poem from Inspirational