ମନ ପବନ ଲଗାମ
ମନ ପବନ ଲଗାମ
ମନ ପରା ପବନ ଠାରୁ ଗତିଶୀଳ
ଚେତନ ଅବଚେତନ କ୍ରୀୟାଶୀଳ
ଅବା ଅର୍ଦ୍ଧଚେତନ ଆଳାପ ଭିତରେ
ବିଳବିଳଉ ଥାଏ ଶୟନେ ସ୍ୱପ୍ନଭୋଳ ।
ମୋତେ ଲାଗେ
ମନଟା ଭାରି ମନୁଆ ଜିଦଖୋରିଆ
ଧରି ବସିଲା ଯେ ଗାରି ବସିଲା ଯେ
ତନ୍ନ ତନ୍ନ କରି ଟାଣି ଉଟାରିବ ଯେ
ଛିନ୍ ଛଡର କରି ଉଲଟି ପଲଟିବ ଯେ
ନାକେଦମ ନ ହେବା ଗୋଳମାଳିଆ ।
ବେଳେ ବେଳେ ମୋତେ ଲାଗେ
ମନ ଗୋଟିଏ ଦିଗରେ
ମସ୍ତିସ୍କ ଆଉ ଗୋଟିଏ ଦିଶାରେ
ହୃଦୟ ଭିନ୍ନ ଏକ ପଥରେ
ଟାଣୁଥିବେ ହିଁଚକା ମାରୁଥିବେ
ଅମାନିଆ ବଳଦ ପରି ଏଠାରେ ।
କୁହ ତ ଭାଇ
କ'ଣ କରିବି ମୁଁଇ&nb
sp;
ମନ- ବଚନ-ଚିନ୍ତନ
ମସ୍ତିସ୍କ ମନନ-ମନ୍ଥନ
ହୃଦୟ- ସ୍ପନ୍ଦନ -କଥନ
ଏକ ସମାନ୍ତର
ସରଳରେଖାରେ ହେଉନି କାହିଁ ।
ଧିରେ ଚୁପ୍ କିନା କିଏ ଦେଲା କହି
ଇନ୍ଦ୍ରୀୟ ଦମନ ଅଭିଯାନ କର ତୁହି
ଲଗାମ କସରେ ଢିଲା ପଞ୍ଚତତ୍ତ୍ଵ ପାଇଁ
ଆଜି ବୁଝୁଛି ମୁଁ ମୁର୍ଖ ପାମର
ଆତ୍ମାର ଆଭାସୀ ସ୍ଵର
ଆତ୍ମଗ୍ଳାନିର ଲମ୍ବା ଇସ୍ତାହାର
ହାଏ ରେ ! ସମୟ ନାହିଁ !
ମନକୁ ପ୍ରଜ୍ଞାର ଫୁଲହାର
ସୁବୁଦ୍ଧିର ଚାବୁକ ପ୍ରହାର
ମତିକୁ ଭକ୍ତିର ଲଗାମ
ଆତ୍ମାକୁ ବିବେକର ସଲାମ
ଦେବାକୁ ନେବାକୁ ସ୍ୟାଲୁଟ୍ ମାରିବାକୁ ।