Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Madhu Mita

Inspirational

3  

Madhu Mita

Inspirational

ମନ କଥା

ମନ କଥା

1 min
209


ଇଚ୍ଛା ହୁଏ ।

ମନ ଭରି କାନ୍ଦିବାକୁ ।

ଭରା ବାଦଲ ପରି ବହିଯିବାକୁ ।

ଉଛୁଳା ନଈ ହୋଇ କୂଳ ଲଂଘୀବାକୁ ।


ଇଚ୍ଛା ହୁଏ ।

ମନ ଭରି ହସିବାକୁ ।

ଉଷାର ପ୍ରଥମ ଛୁଆଁ ପରି ଛୁଇଁ ଯିବାକୁ ।

ଶୀତଳ ପବନ ପରି ବହି ଯିବାକୁ ।


ଇଚ୍ଛା ହୁଏ ।

ନାଚି ଯିବାକୁ ।

ଏ କୂଳରୁ ସେ କୂଳ ।ପ୍ରଜାପତି ପରି ।

ଫୁଲରୁ ଫୁଲ ଉଡି ବୁଲିବାକୁ ।

ପକ୍ଷୀ ହୋଇ ଦୂର ଦିଗନ୍ତକୁ ଯିବାକୁ ।


ହଁ...ଇଚ୍ଛା ହୁଏ ।

ମଣିଷ ପରି ବଞ୍ଚିବାକୁ ।

ଥରେ ଶାନ୍ତିରେ ନିଃଶ୍ୱାସ ନେବାକୁ ।

ପ୍ରଭୁପାଦରେ ଲୟ କରି ନିଶ୍ଚିନ୍ତ ହେବାକୁ ।


କିନ୍ତୁ କଣ ଇଚ୍ଛା କେବେ ପୁରା ହୁଏ??

ଯଦି ମିଳି ଯାଏ । ସେ କଣ ଆଉ ଇପ୍ସିତ ହୋଇ ଥାଏ!!??

ତେଣୁ ଭଲ ହୋଇଛି ।ଇଚ୍ଛା ଆଜିବି ହୃଦୟରେ ସାଇତି ରହିଛି ।

ଜୀବନ୍ତ ହେବାର ପ୍ରମାଣ ତ ମିଳୁଛି!!



Rate this content
Log in

Similar oriya poem from Inspirational