STORYMIRROR

Nilamani Thapa

Inspirational Others

4  

Nilamani Thapa

Inspirational Others

ମିନି ଭାରତ

ମିନି ଭାରତ

1 min
239

ଝାର ଜଙ୍ଗଳ ଓ              ଗୁଡାମାନ କାଟି

           ଲୋକେ ବସବାସ କଲେ

ଜନ ବସତିର                 ସୁବିଧା କରିଣ            

          ନାମକୁ ଚିହ୍ନଟ କଲେ ।


ଝାରସୁଗୁଡ଼ା ନାମେ           ନାମିତ କରିଣ

         ସହର ଯଶ ରଖିଲେ

ଆଜିଯାଏ ତାର               ପ୍ରସାର ବଢୁଛି

        ସଭିଏ ଧନ୍ୟ ମଣିଲେ ।


ଛୋଟିଆ ସହର               ବଢି ବଢି ଆଜି  

         ହୋଇ ଯାଇଛି ବିରାଟ

ଶିଳ୍ପ କାରଖାନା                ଗଢି ଉଠିଅଛି

         ଏକ ମଜବୁତ୍ ବେଲଟ ।


ଦେଶ ବିଦେଶରୁ             ଲୋକ ଆସି ଏଠି

           ରୋଜଗାର ଆଶା ଧରି

ଭରି ଯାଇଛନ୍ତି              ସାରା ସହରରେ

           ନିଜନିଜ ଘର କରି ।


ବିଭିନ୍ନ ଭାଷାର                ଆଦାନ ପ୍ରଦାନ

           ହେଉଅଛି ଏହିଠାରେ

କହି ନ ପାରିଲେ               କିଛି କଥା ନାହିଁ

           ବୁଝନ୍ତି ନିଜ ଭାଷାରେ ।


ପରସ୍ପର ମଧ୍ୟେ                ଭିନ୍ନ ପରମ୍ପରା

           ଚିହ୍ନଟ ହୋଇ ପାରିଲା

ଶିକ୍ଷା ଓ ସଂସ୍କୃତି            ସବୁ ଭାଷା ମଧ୍ୟେ

            ପରିଚୟ ହୋଇଗଲା ।


ଶିଳ୍ପ କାରଖାନା            କାମ କରି ଲୋକ

           ସଭିଙ୍କୁ ସୁରକ୍ଷା ଦେଲେ

ବ୍ଯବସାୟରେ ବି          ସୁବିଧା ପାଇଲେ

          ଅତି ଆରାମେ ଚଲିଳେ।


ଏହିପରି ଭାବେ               ବିଭିନ୍ନ ରାଜ୍ୟରୁ

        ଆସିଥିବା ଲୋକ ମିଶି

ଅନେକ ରେ ଏକ             ତାହାତ ଭାରତ

        ଆମେ ତ ଭାରତ ବାସୀ ।


ସବୁ ବିସ୍ମରିଲେ               ନିଜ ନିଜ ପ୍ରାନ୍ତ

          ନୁହଁନ୍ତି କେହି ପ୍ରବାସୀ

ଭାରତ ଭୁଇଁର                ଝାରସୁଗୁଡ଼ା ର

          ସମସ୍ତେ ତାର ନିବାସୀ ।


ଯାହା ଖୋଜିଗଲେ        ସାରା ଭାରତରେ

         ଏକାଠି କରି ପାରିବ

ଆମ ସହରରେ          କେବଳ ଖୋଜିଲେ

        ସେ ସବୁ ମିଳି ପାରିବ ।


ଚାରି ଆଡ ଯାକ               ଝାର ଓ ଜଙ୍ଗଳ

          ମଝିରେ ରହିଛି ବସା

ତାହାରି ଭିତରେ             କେତେ ପଯ୍ଯଟନ

          ସବୁଠି ଲୋକଙ୍କ ଦେଖା ।


ଦର୍ଶନିୟ ସ୍ଥାନ                ସାରା ସହରରେ

          କେତେ ପିକନିକ ସ୍ଥାନ

ମନୋରଞ୍ଜନ ଯେ             ସଭିଙ୍କ ପାଇଁ କି

           ମିଲୁଅଛି ସନମାନ ।


ବଣ ଓ ଜଙ୍ଗଳ                ପାହାଡ ପର୍ବତ

            କହି ଚାଲେ ତାର କଥା

ସମସ୍ତଙ୍କୁ ନେଇ               ଗଢିଛି  ସହର

            ମିନି ଭାରତ ଏ ଗାଥା ।       


Rate this content
Log in

Similar oriya poem from Inspirational