STORYMIRROR

Rojalin Mishra

Romance Tragedy

3  

Rojalin Mishra

Romance Tragedy

ମଧୁର ସ୍ନେହ

ମଧୁର ସ୍ନେହ

1 min
11.3K

ସ୍ନେହଭରା ପାଖୁଡ଼ାରେ

ସଞ୍ଚା ଯେତେ ପ୍ରତ୍ୟୟ ସୁରଭୀ,

ଅପ୍ରତିରୋଧ ଆକର୍ଷଣ ପାଇଁ

କେମିତି ଧାଇଁ ଆସେ ତୋ ପାଖକୁ

ପାରେନି ଯେ ଭାବିି।।

ତୋ ପାଇଁ ପାଲଟି 

ଯାଏ କେବେ କେବେ

ଏକ ଅଭିଶପ୍ତ କଳିିିକା

ଫୁଟୁଥିବି,ଝାଉଁଳୁ ଥିବି

ଦୁଃଖ ସବୁକୁ ନିଜ ଗର୍ଭେ ଚାପି।।

ଅନୁଶୋଚନା ନାହିଁ 

ତିଳେ ମାତ୍ର ମୋର,

କାରଣ ଦୁୁଃଖ ସବୁ ଯେ

ମୋ ଏକାନ୍ତ ନିିଜର।।

ଏଇ ଫୁଟିିବା ମଉଳିବା ମଧ୍ୟେ ହିଁ

ମୋ ଜୀବନ ଅବଧି,

ମଧୁ ଦେଇ ତୋତେ

ଦଂଶିତା ଆଖ୍ୟା ପାଇବା

ଏ ଯେ ନିୟତିର ବିଧି।।

ଧନ୍ୟ ସେଇ ବିଧାତା

ଯିଏ ସୃଷ୍ଟି କଲେ ମୋତେ

ଏଇ ସ୍ୱଳ୍ପ ଜୀବନ କାଳରେ ମଧ୍ୟ

ସେଇ ଭଅଁର ପାଇଁ

କାଳଜୟୀ ହୁଏ ମୁଁ ଜଗତେ।।

ପ୍ରେମୀ ପ୍ରଜାପତି ସ୍ନେହ ସୁଧା ଆଶେ

ଫୁଲର ଉପରେ ବସିି,

ଅଧରେ ଅଧର ସ୍ପର୍ଶ କରି ଦୁହେଁ

ପ୍ରେମ ରସେ ହୋଇ ଖୁସି।।

ଫୁଲର ସ୍ୱରୂପ ମନମୁଗ୍ଧକର

ହୁଏ ଯେବେ ଫୁଲ

ଭଅଁରର ଅତି ଆପଣାର,

ଲଭେ ଆତ୍ମତୃପ୍ତି

ବିତରି ସୌରଭ ଆଶାର।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance