ମାଟି ଘର
ମାଟି ଘର
ଜୀବନ ବିକଳେ ସାହା ଅଛି ମୋର
ଏହି ମାଟି ଘର ଖଣ୍ଡଟିଏ
କିଏ ଜାଣେ କେବେ ପଡ଼ି ଯିବ ସିଏ
ତା ସାଥେ ଯିବି ମୁଁ ପ୍ରାୟେ ।
ନିରୀହ ଜୀବନ ବିତାଇ ରହିଛି
ସବୁକୁ ବିଚାର କରି
କେହି ଜଣେ ହେଲେ କେଉଁ ରୂପେ କିଏ
କାଟିଛି କେଉଁଠି ହାରି।
ମାଟି ଘର ସିନା କେତେ ଶାନ୍ତି ଦିଏ
କହି ପାରୁନି ମୁଁ ବାରି
ଲିପା ପୋଛା କରି ଘରଟି ମୋହର
ପ୍ରାଣ ଦେଇଅଛି ଘାରି।
ଏଇ ଘରେ ମୋର ସକଳ ଆଦର
ପାଇଛି ଅଶେଷ ଖୁସି
ସବୁ ଟିକି ନିଖି କେତେ ଦୁଃଖ କଷ୍ଟ
ସହିଛି ମୋହର ବେଶୀ।
ବାହାର ଜଗତ ଅଟେ ସ୍ୱାର୍ଥପର
କେତେ କଟୁ ତିକ୍ତ ଭାଷା
ସବୁ ଶୁଣି ସହି ଆସିଛି ଏଠାକୁ
ଭରସା ରଖିଛି ଆଶା।
ଖରା କାକରରେ ଜଞ୍ଜାଳ ସହିଛି
ଟେକି ରଖି ଅଛି ଗାଥା
ଯୁଆଡ଼େ ଗଲେ ବି ଆସିବାକୁ ମନ
ଶାନ୍ତ ରଖେ ମୋର ମଥା।