Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ABADHOOT PANDA

Abstract Others

3  

ABADHOOT PANDA

Abstract Others

ମାତା ପିତା ଭକ୍ତି

ମାତା ପିତା ଭକ୍ତି

1 min
209


ମାତା ପିତା ଆମ ବଡ଼ ଠାକୁର

ଦେଇଛନ୍ତି ଆମକୁ ଜନମ ସାର l


କେତେ କଷ୍ଟ ସହି ପାଳି ଆମକୁ

ମଣିଷ କରନ୍ତି ସଦା କାଟି ପେଟକୁ l


ଆଧୁନିକ ଯୁଗ ଲୋକେ ବିସ୍ମରଣ

ନକରନ୍ତି ମାତା ପିତାଙ୍କ ଗୁଣ ଗାନ l


ତଥାପି ଅଛନ୍ତି ଆଜି ଆମ ଭୂମିରେ

ଅଜସ୍ର ଅଜସ୍ର ବୀର ଆର୍ଯ୍ୟ ଭୂମିରେ l


ନାମ ରଖିଛନ୍ତି ରାଜା ରାମଚନ୍ଦର 

ପିତା ସତ୍ୟ ମାନି ହେଲେ ଉପେନ୍ଦ୍ର l


ଶ୍ରବଣ କୁମାର ସେ ଯେ ରୁଷି କୁମାର

ଦଶରଥ ଶରାଘାତେ ହାରି ପିତାମାତର l


ତାଙ୍କ ପୁତ୍ର ଶ୍ରୀରାମ କଲେ ପ୍ରାୟଶ୍ଚିତର

ଆଶାର ଆଲୋକ ବିଶ୍ୱ ମାତାପିତାଙ୍କର l


ତାପରେ ଆମେ ସ୍ମରିବା ଜଗତ ପିତା

ସାରା ଦୁନିଆଁର ଆମେ କରିବା ହିତା l


ଯଦିବା କେହି ଆସନ୍ତି ଆଜି ଆଗେଇ

ଗଢ଼ିବାକୁ ରାଷ୍ଟ୍ର ଆଦର୍ଶରେ ବାଗେଇ l


ପ୍ରଥମେ ବାଲ୍ୟ ଅବସ୍ଥାରୁ ଶିଖାଇବାକୁ 

ପିଲାଙ୍କୁ ମାତୃ ପିତୃ ଭକ୍ତି ଶିକ୍ଷା ଦେବାକୁ l


ପିତା ମାତାଙ୍କ ଭକ୍ତି ସେବା ବିନା ନାହିଁ

ମଣିଷ ପଣିଆ ଜଗତେ ଦେଖାଇବା ପାଇଁ l

      



Rate this content
Log in