STORYMIRROR

Panchanan Jena

Inspirational

3  

Panchanan Jena

Inspirational

ମାର୍ଚ୍ଚ ୨୩

ମାର୍ଚ୍ଚ ୨୩

1 min
164


ମାର୍ଚ୍ଚ ୨୩ ତାରିଖ ସହିଦ ଦିବସ

ଅମର ଇତିହାସ କାଳଖଣ୍ଡେ

ଛାତିତଳେ ଗର୍ବର ଶିଳାଖଣ୍ଡ


ଅଘୋଷିତ ତାରିଖ ଗୁଞ୍ଜୁଥିବ 

ତ୍ୟାଗର ଗାଥା ଅଖଣ୍ଡ 

ଯୁଗେ ଯୁଗେ ସ୍ବର୍ଣ୍ଣାକ୍ଷରେ 

ଅଲିଭା ତ୍ୟାଗ ଦଣ୍ଡ 

୧୯୩୦ ମସିହାଠୁଁ ଡେଇଁ ଡେଇଁ

ଗାଉଥିବ ବଳିଦାନ ଲୁହାପିଣ୍ଡ ।


ଭଗତ୍ ସିଂ , ରାଜଗୁରୁ ଓ ସୁଖଦେବ

ଭାରତ ମାତାର ବୀରତ୍ରୟୀ ପୁଙ୍ଗବ

ଜୀବନକୁ ତୁଛ ମଣି ହସି

କୋଳେଇ କୁଣ୍ଢେଇ ମରଣ ରଶି

ହସି ହସି ହୁଁକାରୀ ଉଦ୍ଭାସୀ

ଫାଶିଖୁଣ୍ଟ ଚଢି

ବ୍ରିଟିଶ ନିୟମକୁ ମୋଡ଼ି ଭିଡ଼ି

କନ୍ଦେଇଗଲେ ଯୁବା ବୁଢା ବୁଢୀ ।


ଦେଶ ମାତୃକାର ଡାକରା ଆଗେ

ଠେଲି ଦେଇ ପ୍ରିୟାର ଇଶାରା

ପେଲି ଦେଇ ଭୋଗ ବିଳାସ ପସରା

ମାତୃଭମି ପ୍ରୀତି

ଯୌବନର ତାତି

ମୁକ୍ତିର ବାସନ୍ତୀ ଗୀତି

ଇନ୍କିଲାବ ଜିନ୍ଦାବାଦ୍ ଯୁବଶକ୍ତି

ସର୍ବାଙ୍ଗ ସମର୍ପଣ ବଳିଦାନ

 ସମର୍ପିତ ମନ ମସ୍ତିଷ୍କ ଯୌବନ ।


ଆଜି ଦେଶ ମାଗେ ତ୍ୟାଗ ତର୍ପଣ

ମାଟି ମା' ଖୋଜେ ଯୁବ ସ୍ବାଭିମାନ

୨୩ ତାରିଖ ଲେଖି ପାରିବ କି

ହାତଗଣତିରେ ମାତ୍ର ତିନିଜଣ

ସାହସୀ ଯୁବପ୍ରାଣ 

ସହିଦ ହେବାକୁ ହସି ହସି

ମୃତ୍ୟୁକୁ କୋଳଣ ଚୁମ୍ବନ ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational