STORYMIRROR

ABADHOOT PANDA

Abstract Classics

3  

ABADHOOT PANDA

Abstract Classics

ମାଣବସା ଗୁରୁବାର

ମାଣବସା ଗୁରୁବାର

2 mins
285

ମାର୍ଗଶୀର ମାସର ପ୍ରଥମ ଗୁରୁବାର ଆଜି

ଅଟଇ ଲଷ୍ମୀପ୍ରଦ ପ୍ରତି ଓଡ଼ିଆ ପରିବାର ପାଇଁ

କାୟ ମନ ବାକ୍ୟେ କମଳୋପାସନାର ଖୁସି

ପାଆନ୍ତି ସକଳେ ଓଡ଼ିଆ ମନେ ଶାନ୍ତି ସଦା ଘରେ 

ଏ ମାସେ ଜଗନ୍ନାଥଙ୍କ ଭଜନ ଗାଇବା ପାଇଁ l


ଲଷ୍ମୀ ଠାକୁରାଣୀଙ୍କ ମନ ଜାଣି ପିଠା ରାନ୍ଧି

ପରସନ୍ତି ଭୋଗ ଘରଣୀବୃନ୍ଦେ ମୁଖା ପିନ୍ଧି

ଜଗା ଠାକୁର ଦିନେ ପଚାରିଲେ ଆଗୋ ସହି

ମାର୍ଗଶୀର ମାସେ ଯାଉଛ ମର୍ତ୍ତ୍ୟକୁ ନଖାଇ l


ମାତା କହିଲେ ସେଠି ମୁଁ ଦେବି ମଣ୍ଡା ଖାଇ

ଏତିକି କହି ଯାଇ ପଶିଲେ ମର୍ତ୍ତ୍ୟଘରେ ଯାଇ

ମାର୍ଗଶୀର ମାଣବସା ଗୁରୁବାର ବ୍ରତ ହେଲା

ଶେଷ, ଲକ୍ଷ୍ମୀ ମାତା ଫେରି ଆସିଲେ ସ୍ୱର୍ଗକୁ l


ବିଷ୍ଣୁ ପଚାରିଲେ ଆଗୋ ସହି, ପୂଜା ପାଇଲi

ମର୍ତ୍ତ୍ୟେ ବିଶେଷ କିଛି ଅଘଟଣ କଣ ଦେଖିଲ

ହଁ ସ୍ୱାମୀ ବହୁ କିଛି ଦେଖିଲି ଅନର୍ଥ ସେଠାରେ

ନାହିଁ ଆଉ ସେ ଶ୍ରୀୟା ଚଣ୍ଡାଳୁଣୀର ଭାବରେ ।


ଏକବିଂଶ ଶତାବ୍ଦୀର ମନବୃତ୍ତି ଗଲାଣି ବଦଳି

ସେମାନେ କେବଳ ଦେଖା ସୁନ୍ଦର କଖାରୁ ବଡ଼ି

ଖାଲି ବାହାର ଲୋକ ଦେଖାଣିଆ ଭାବରେ ଯେ

ସେମାନେ କରୁଛନ୍ତି ପୂଜା ମାତର ଭକ୍ତି ହୀନ ଯେ l


ମାତା ଭଗ୍ନୀ ପତ୍ନୀଙ୍କ ମର୍ଯ୍ୟାଦା ନାହିଁ କିଛି ଆଉ

ସବୁ ମିଶି ପାଶ୍ଚାତ୍ୟ ଭଙ୍ଗୀରେ ହେଲାଣି ଯାଉ

ଘରେ ଘରେ କଳହ ଅଶାନ୍ତି ସୁରାସାର ପାନ ଯେ

କଲାଣି ସନାତନୀ ଲୋକଙ୍କୁ ମ୍ରିୟମାଣ ନିସ୍ତେଜେ l


ବେଶ୍ୟା ବୃତ୍ତି ଧରିଛନ୍ତି ହିନ୍ଦୁ ଲଳନା ଥୋକେ ନକରି

ଦ୍ଵିଧା ବାଛ ବିଚାର ଆଉ ବାପା ଭାଇ କାକା ସତୁରି

ବୟ ଫ୍ରେଣ୍ଡ ଗାର୍ଲ ଫ୍ରେଣ୍ଡ ପେଶଦେହ ବେପାର ଘରେ 

ନୈତିକତା ନରଖି ବେଦର ଗଲେ ଅଧର୍ମ ମାର୍ଗରେ l


ତେଣୁ ହେ ସ୍ୱାମୀ ମୁଁ ହୋଇଛି ଦୁଃଖିତ ବଡ଼ ଦେଖି

ମର୍ତ୍ତ୍ୟ ବାସୀ ହିନ୍ଦୁଙ୍କ ବିପଥଗାମୀ ନର୍କୀୟ ଅବସ୍ଥା

ବର୍ଷକୁ ଥରେ ମାର୍ଗଶିର ମାସରେ ଚଳିତ ଶତାବ୍ଦୀରେ

ଆଉ ନାହାନ୍ତି ସେହି ସନାତନୀ ବ୍ୟକ୍ତି ବିଶେଷ ଆମ

ଆର୍ଯ୍ୟ ଭୂମିରେ l


ଦେଖି ମାତାଙ୍କ ବିକଳ କହନ୍ତି ଚକା ଡୋଳା,ଶୁଣ ହେ 

ଜଗତର ଅନ୍ନଦାତ୍ରୀ ମାତେ ନକରି କ୍ଷୋଭ ନିଜ ମନେ

କଳିଯୁଗ ଓରଫ ଚଳିତ କମ୍ୟୁଟର ଯୁଗର ଯାଉଛି

ହେବାକୁ ଅନ୍ତ ଅଚିରେ, ନାହିଁ ନିର୍ଦ୍ଦିଷ୍ଟ ସମୟର ହିସାବ

ମାତ୍ର ଚାବି ଅଛି ମୋ ହାତ ମୁଠାରେ l


ଛାଡ଼ି ପ୍ଲେଗ ବସନ୍ତ ହଇଜା ଯକ୍ଷ୍ମା ଜୀବାଣୁ ଭୁତାଣୁ ଗଣ

ଶେଷରେ ଭେଜିଲି ମିଶ୍ର କରୋନା ଅଣୁଜୀବ ତିନିକିସମ

ଦେଖିବାକୁ ତାର ପ୍ରତିକ୍ରିୟା ଉପ ମହାଦେଶ ଭୂମିରେ ଓ 

ଅପେକ୍ଷା କରିଛି କେବେ ସୁଧୁରିବେ କଳି ବାସୀଗଣ

ନହେଲେ ବାଧ୍ୟ ହେବି ସଂହାରିବାକୁ ଏହି କଦର୍ଯ୍ୟ ମ୍ଳେଛ

ମଣ୍ଡଳ ନରଖି ଜମା ପାତର ଅନ୍ତର l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract