STORYMIRROR

Tikeshwar Sahu

Comedy

4  

Tikeshwar Sahu

Comedy

ମାଗଣା ଅଛି ତ ଦିଅ

ମାଗଣା ଅଛି ତ ଦିଅ

1 min
377

ମାଗଣାରେ ଦେଲ ଖାଇବା ଚାଉଳ

ପିନ୍ଧିବାକୁ ଦେଲ ଜୋତା,

ପାଦରୁ ଶୀରକୁ ସବୁ ଯୋଗାଇଲ

କମ୍ବଳ ସାଙ୍ଗକୁ ଛତା ,

ମାଗଣା ଅଛି ତ ଦିଅ,

ବସେଇ ମାରୁଛ ନିକମ୍ମା କରୁଛ

ଭିକାରୀ କରେଇଦିଅ |


ମାସ ମାସ ଧରି ଖାଇବାକୁ ଦେଲ

ବାସନା ଡାଲିକୁ ଭାତ,

ପାଞ୍ଚଟଙ୍କାକରେ ମିଲ୍ ଯାଚିଦେଲ

ଲାଇନ୍ ଧରିବା ସତ

ମାଗଣା ଅଛି ତ ଦିଅ,

ଖାଇବା ସାଥିରେ ଅଳସ ଔଷଧ

ସବୁ ବଳ ଶୋଷିନିଅ |


ଜନମ ବେଳରେ ଦେଲ ଜନ୍ମ ଭତ୍ତା

ବଢ଼ିବାକୁ ଦେଲ ଟୀକା,

ସ୍କୁଲମାନଙ୍କରେ ଆଇରନ୍ ବଟିକା

ଡ୍ରେସ ଦୁଇହଳ ଜୋତା,

ମାଗଣା ଅଛି ତ ଦିଅ,

ପାଠ କେପସୁଲ୍ ପଢ଼ିବା ପାଇଁକି

ପଡ଼ିବନି ବହି ସୁଅ |


ମାସକୁ ମାସ ତ ଧରେଇ ଦେଉଛ

ହାତରେ ପୁଳାକୁ ପୁଳା,

ବୁଢ଼ାବୁଢ଼ୀ ବୋଲି ଦୟା ଦେଖାଇଛ

ଓଉଷଧ ଭେଳା ଭେଳା,

ମାଗଣା ଅଛି ତ ଦିଅ,

ଅମରି ଅଭୋକ ଅଶୋଷ ଔଷଧ

ଯେତେ ପଡ଼ୁପଛେ ନିଅ |


ବଞ୍ଚିବାକୁ ଦେଲ ସ୍ବାସ୍ଥ୍ୟକାର୍ଡ ପୁଣି

ବାହା ପାଇଁ ଅନୁଦାନ,

ମରିବାକୁ କଲ ସୁରକ୍ଷା ଯୋଜନା

କରିନାହଁ ହୀନିମାନ,

ମାଗଣା ଅଛି ତ ଦିଅ,

ଚିର ଯଉବନ ଅକ୍ଷୁର୍ଣ୍ଣ ରହିବ

ଅମର ବରଟେ ଦିଅ |


ଜୀବନରେ ଯାହା ସବୁ ଦେଲ ପ୍ରଭୁ 

କିଛି ନାହିଁ ଅସୁବିଧା,

ଏତେ ଦିନକରେ ସବୁତ ତୁମର

କରେଇଦେଲ ସୁବିଧା,

ମାଗଣା ଅଛି ତ ଦିଅ ,

ଥୋପ ଦେଇକରି ଶେଉଳ ଟାଣିଛ

ସ୍ବାଭିମାନ ଆମ ଦିଅ ।


இந்த உள்ளடக்கத்தை மதிப்பிடவும்
உள்நுழை

Similar oriya poem from Comedy