STORYMIRROR

Satya Ranjan Sahoo

Inspirational

3  

Satya Ranjan Sahoo

Inspirational

ମାଆ

ମାଆ

1 min
375

ନିଜେ ଜଳି ଜଳି ଦିଏ ଆଲୋକ।

କହି ପାରିବକି କିଏ ସେ ଲୋକ।।

ପିଲା ପାଇଁ ପାରେ କାଟିତା ବେକ।

ଦେବୀ ଅଟେ ସିଏ ନୁହଁଇ ଲୋକ।।

ସେହି ଦେବୀ ପୁଣି ଦିଅଁ ପୂଜଇ।

ପିଲାର ମଙ୍ଗଳ କରିବା ପାଇଁ।।

ପିଲାର ହସରେ ହସେ ତା' ମନ।

ତା ପାଇଁ ପାରେ ସେ ଦେଇ ଜୀବନ।।

ବକ୍ଷ ଚିରି ସିଏ ଦେଇଛି ସ୍ତନ।

ପିଲା ଠାରେ ପରା ତା'ର ଜୀବନ।।

କେମିତି କହିବି ମୁଁ ମୋ ମା'ର ସ୍ନେହ।

ସେ ହେଲେ ଜୀବନ ମୁଁ ତ ଦେହ।।

ବଡ଼ ହୁଏ ଯେବେ ସେହି ସନ୍ତାନ।

ମା' ଆଗେ ବଖାଣେ ସଭ୍ୟତା ଜ୍ଞାନ।।

କ'ଣ ଜାଣୁ ବୋଲି କରୁ ପ୍ରଶନ।

ଶିଖାଇଛି ଯିଏ ଧରି ତୋ କାନ।।

ଭୁଲିଗଲୁ ସବୁ ତାହାରି ତ୍ୟାଗ।

ତାକୁ ଦେଖଉଛୁ ତୁ ଆଜି ରାଗ।।

ତୋ ପେଟରେ ଦାନା ସେ ଦବାପାଇଁ।

କେତେ ଦିନ ସିଏ ଦୁଃଖେ ଶୁଅଇ।।

ବର୍ଣ୍ଣମାଳାରେ ବାବନ ଅକ୍ଷର।

ତଥାପି ଅବର୍ଣ୍ଣିତ ମା' ମୋହର।।

ଲେଖିବି ଯଦି ସରିବ କାଗଜ।

ମାଆକୁ ବୁଝିବା ନୁହେଁ ସହଜ।।

କଣ୍ଟା ଫୁଟିଗଲେ କରଇ ଆହା।

ସିଏ ପରା ଅଟେ ଆମରି ମାଆ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Satya Ranjan Sahoo

ମାଆ

ମାଆ

1 min ପଢ଼ନ୍ତୁ

Similar oriya poem from Inspirational