ମାଆ ପରି ନାହିଁ କେହି
ମାଆ ପରି ନାହିଁ କେହି
ସନ୍ତାନ ଜନମ ପାଇଁ
ସକଳ ଯନ୍ତ୍ରଣା ନିଜେ ସହି ଯାଏ
ଧରତ୍ରୀ ପରିକା ସେହି
ମା’ ପରି ନାହିଁ କେହି!
ଉଦର୍ ବକ୍ଷକୁ ଚିରି
ବୁହାଇ ଦିଅଇ ଅମୃତର ଧାର
ସନ୍ତାନର ତୃଷ୍ଣାପାଇଁ
ମାଆ ପରି ନାହିଁ କେହି!
ନିଜେ ରହି ଉପବାସ
ସନ୍ତାନ ମୁଖରେ ଦିଅଇ ଆହାର
ଦିବା ନିଶି କଷ୍ଟ ସହି
ମାଆ ପରି ନାହିଁ କେହି!
କରେ ନାନା ପୂଜା ବ୍ରତ
ସନ୍ତାନ ମଙ୍ଗଳ କାମନା ସକାଶେ
ନିଜେ ଉପବାସ ରହି
ମା ପରି ନାହିଁ କେହି!
ଶୋଇଗଲେ ତାର କୋଳେ
ହାତେ ମିଳିଯାଏ ସରଗ ର ସୁଖ
ତାହାରି ତୁଳନା ନାହିଁ
ମ’ ପରି ନାହିଁ କେହି!
ଗଲେ ଘର ଠାରୁ ଦୁରେ
ଫେରିବା ବାଟକୁ ଚାହିଁ ରହିଥାଏ
ଚାତକ ପରିକା ସେହି
ମାଆ ପରି ନାହିଁ କେହି!
ତାର ପାଦ ଦେଲେ ଛୁଇଁ
ସବୁ ଦୁଃଖ କଷ୍ଟ ଯାଏ ବହୁ ଦୂରେ
ନିମିଷେ ଯାଏ ଦୂରେଇ
ମାଆ ପରି ନାହିଁ କେହି!
ସାରା ସଂସାର ବୁଲିଲେ
ସବୁତ ମିଳିବ ମା କୁ ଛାଡି ଦେଇ
ତା ମମତା ତୁଳନା ନାହିଁ
ମାଆ ପରି ନାହିଁ କେହି!
ମାଆର ବାର୍ଦ୍ଧକ୍ୟ କାଳେ
ରହିବାତାର ସାଥିରେ ସାଥି ପରି
ଆଶା ବାଡ଼ି ଟିଏ ହୋଇ
ମାଆ ପରି ନାହିଁ କେହି।
*ସାଗର ପ୍ରଧାନ ,ଗଂଜାମ*