Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Debabrata Mishra

Inspirational

3  

Debabrata Mishra

Inspirational

ତୁ ସମ୍ଭାବନାର ଉତ୍ସ

ତୁ ସମ୍ଭାବନାର ଉତ୍ସ

1 min
178


ଭାଙ୍ଗିଦେ ତୋ' ମନର ଭୟର ଶିକୁଳି

ତୁ ସିଂହାସନ ଖୋଜିବୁନିରେ

ସଂଘର୍ଷ କରୁଥା ଆଜୀବନ ଅବିଶ୍ରାନ୍ତ

ତୋ' ସାଧନା ତୋ' ଲହୁ

ତୋତେ ସିଂହ ପରି ଶକ୍ତିଶାଳୀ

ଆଉ ଅଦମ୍ୟ ସାହସୀ କରିବ  


ତୋତେ ଦେଖି ହସୁଥିବା

ବେଳେବେଳେ ଉପେକ୍ଷାରେ

ତୋ' ଠାରୁ ଦୂରେ ରହୁଥିବା

ପ୍ରତି ପ୍ରାଣ ଆଚମ୍ବିତ ଚକିତ ହେବ 

ଦିନେ ତୋର ଉଦାରତାର ବର୍ଷାରେ

ଅଗ୍ନିଶିଖା ପ୍ରଖର ସୂର୍ଯ୍ୟ ନିଶ୍ଚିତ ଭିଜିବ  


ତୁ ପଥରକୁ କରିପାରିବୁ ମାଟି

ଦୁର୍ବଳ ବୋଲି ଭାବୁଥିବା 

ଅନେକ ତତ୍ତ୍ୱ ଏଠି ବିହ୍ୱଳିତ ହେବେ

ତୁ ସେମାନଙ୍କ ନୟନେ ଛୁଇଁବୁ ଆକାଶ

ମୁଖରେ ତୋର ପ୍ରଜ୍ୱଳିତ ହେବ ପ୍ରକାଶ

ବାସ୍ତବରେ ତୋ' ପାଦ ମାଟିରେ ଥିବ  


ବହିଷ୍କାର କରେ ତୁ ମନରୁ 

ଯେତେ ଦୁଃଖକଷ୍ଟର ଭାବନା

ଲୁହ ଆସୁଛି ତ ସଞ୍ଚିନେ ତାକୁ ଆଜି

ଭାବିନେ ତୁ ହୋଇସାରିଛୁ

ଭବିଷ୍ୟତରେ ଅଜସ୍ର ଶକ୍ତିର ଅଧିକାରୀ 

ବିବ୍ରତ ବିଚଳିତ ନିରାଶ ହତାଶ

ସବୁ ନତମସ୍ତକ ହେବେ ତୋ' ଆଗେ

ତୁ ଥରେ ବଞ୍ଚିବାର ପଣ କରି ଦେଖ୍

ସାରା ଜଗତ ତୋ' ଠାରୁ 

ଜୀବନର ପ୍ରକୃତ ମନ୍ତ୍ର ଶିଖିବ  


ତୁ ସମ୍ଭାବନାର ବିରାଟ ଉତ୍ସ

ଅପେକ୍ଷା କରିଛି ତୋତେ

ତୋର ହଜାର ହଜାର କରତାଳିର

ସ୍ୱର୍ଣ୍ଣିମ ଭବିଷ୍ୟତ ଯାହା ସତ୍ୟ ସରଳ ଶାଶ୍ୱତ  

ତୋ' ବିବେକ ତୋ' ସ୍ୱାଭିମାନ

ସବୁବେଳେ ଅହଂଭାବକୁ ରୋକିବ

ତୁ ହାରିଲେ ବି ଜିତିବୁ

ତୁ କାନ୍ଦିଲେ ବି ହସିବୁ

ଜଟିଳତା ତୋତେ ଛୁଇଁବାକୁ ଡ଼ରିବ

ତୋ' ଧୈର୍ଯ୍ୟ ଅବଶ୍ୟ ଦିନେ

ଛୋଟ ଇତିହାସଟିଏ ରଚିବ। 



Rate this content
Log in

Similar oriya poem from Inspirational