ବର୍ଷାର କି ଦୋଷ...?
ବର୍ଷାର କି ଦୋଷ...?
ଆସୁ ମୌସୁମୀ ଅବା ହେଉ ଲଘୁଚାପ
ଅନାବିଳ ହୃଦୟେ ମନରେ ନ ରଖି ଗ୍ଳାନି
ବର୍ଷା ବର୍ଷି ଯାଏ ଅନବରତ
ତାକୁ ଗୋଡାଇ ଆସନ୍ତି ବିଜୁଳି ଘଡ଼ଘଡ଼ି ବତାସ
ବର୍ଷାର କି ଦୋଷ...?
ଜୋର୍ ବର୍ଷିଲେ ଚାରିଆଡ଼େ ଜଳମୟ
କିଆରିରୁ ପାଣି ଯାଏ ଉଛୁଳି
ନଈରେ ଆସେ ବଢି ଦିଏ ବୁଡାଇ
ଭାରି ହନ୍ତସନ୍ତ ହୁଅନ୍ତି ଜଳବନ୍ଦୀରେ ମଣିଷ
ବର୍ଷାର କି ଦୋଷ...?
ଆଦୌ ଯଦି ବର୍ଷେ ନାହିଁ
ହୁଏ ମରୁଡି ପାଲଟେ ସବୁ ମରୁଭୂମି
ମହଙ୍ଗା ବଜାରରେ ଅଭାବ ଅନାଟନର ସଂକଟ
ଆଶାୟୀ ଲୋକବାକ ହୁଅନ୍ତି ହତାଶ
ବର୍ଷାର କି ଦୋଷ...?
ପରିବାରର ଗୁଜୁର
ାଣ ମେଣ୍ଟାଇବାକୁ
ଦିନରାତି ଖଟୁଥିବା ଶ୍ରମିକ ପରି ବର୍ଷା ବର୍ଷେ
ନିରଳସ ଭାବରେ ରଖି ଭରସା ବିଶ୍ବାସ
ତଥାପି ବିଚରା ଗରିବ ରହେ ଉପାସ
ବର୍ଷାର କି ଦୋଷ...?
କରେ କଲ୍ୟାଣ ସେ ତ ମଙ୍ଗଳକାରିଣୀ
ସୁନାର ଫସଲରେ ସବୁଜମୟ କରିବାକୁ ଧରଣୀ
ବର୍ଷେ ଫୁଟାଇବାକୁ ସବୁରି ଅଧରରେ ହସ
ଯଦି ଉଜୁଡ଼ି ଯାଏ ଚାଷୀର ଚାଷ
ବର୍ଷାର କି ଦୋଷ...?
ବର୍ଷା ବହୁଳେ ଅବା ବିହୁନେ ସୃଷ୍ଟି ନାଶ
ଆଜିର ମଣିଷ ବୁଝେ ନାହିଁ କିଛି
ପ୍ରଗତି ନାଁ'ରେ ସୁନ୍ଦର ପରିବେଶ କରେ ଧ୍ୱଂସ
ପରିଣାମ ଭୋଗୀ ନିରୁପାୟେ ହୁଏ ଉଦାସ
ବର୍ଷାର କି ଦୋଷ...