Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Das

Inspirational

3  

Jagannath Das

Inspirational

ଲୁହ ନଈ

ଲୁହ ନଈ

1 min
171



ଲୁହ ନଈ ବୁହେ 

ଦୁଃଖେ ସବୁରିର

ଏହି ତ ଦୁନିଆ -ଜୀବନର ।


ସୁଖରେ ନ ବୁହେ

ଲୁହ ନଈ କେବେ

ମିଛ ମାୟା ଏହି ସଂସାର ର ।


ନାଚିଉଠେ ତାର 

ପରାଣ ପୁରୁଷ

ଅବାରିତ ଚକ୍ଷୁ ଲୁହେ ।


ଲୁହ ନଈ ଭାସେ

ନିଜ ହୃଦୟର

ଅବିଶ୍ରାନ୍ତ ନିଜ କୋହେ ।


ଶତ ଦୀନତାର 

ମଳିନତା ଭଜେ

ଅନ୍ଧାର ଝଲକେ ଲୟ।

 

ଦୀନ ଜୀବନରେ

ଲୁହ ନଈ ତୀର

ହୁଏ ନାହିଁ ସୁଖମୟ ।


ଲୁହ ନଈତୀରେ

ତୀର ତରୁ ପରି

ଦେଖୁଅଛି ଦୁଃଖ ବସି ।


ବୋହିଯା ବୋହିଯା

ଚକ୍ଷୁ କୋଣୁ ମୋର

ମୁଖେ ଗାଲ ଓଷ୍ଠୁ ଖସି ।


ଛଳ ଛଳ ଛଳ

ଏ ନେତ୍ର ଯୁଗଳ

ବହେ ଲୁହନଈ ହୋଇ ।


କ୍ରନ୍ଦନର ଧରା

ରେ ଆଜି ତ୍ବରା

ଜୀବନେ ଯନ୍ତ୍ରଣା ଦେଇ ।


ଜୀବନର ଅନ୍ୟ

ନାମ ହିଁ ଯନ୍ତ୍ରଣା

ସୁଖ କାହାରି ତ ନାହିଁ ।


ଯନ୍ତ୍ରଣାକୁ ସହି

ମନ୍ତ୍ରଣା କରିଲେ

ଲୁହ ନଈ ବହେ ନାହିଁ ।



Rate this content
Log in

Similar oriya poem from Inspirational