Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Inspirational

4  

Chittaranjan Nanda

Inspirational

ଲହୁ ଲୁହ ବୋହିବ, ଭବିଷ୍ୟତ ଗଢ଼ିବା

ଲହୁ ଲୁହ ବୋହିବ, ଭବିଷ୍ୟତ ଗଢ଼ିବା

1 min
325


ଧରାର ସୃଜନରେ ଗଢା ରାତି ଦିନ 

ଷଡ଼ଋତୁ ଚକ୍ର ତ କରେ ଆଗମନ |୧|


ଲକ୍ଷ ଲକ୍ଷ ବୃକ୍ଷ ସୃଷ୍ଟିରେ ରହିଥିଲା

ସ୍ଵାର୍ଥ ପାଇଁ ମଣିଷ ତାହାକୁ କାଟିଲା |୨|


କଳ କାରଖାନା ସବୁର ହେଲା ନିର୍ମାଣ 

ତିଆରି ହୋଇଲା ପକ୍କା ଘର ମାଳ ମାଳ |୩|


ଆମ କୃତ୍ୟକର୍ମେ ପ୍ରକୃତି ହୋଇଲା ଦହନ

ତେଣୁ ବଢିଲା ବଢୁଛି ବଢିବ ବିଶ୍ଵ ତାପମାନ |୪|


ରସାୟନରେ ଉର୍ବର ମାଟି ହୁଏ ଅନୁର୍ବର 

ବିଷାକ୍ତ ହେଉଛି ଉତ୍ପାଦିତ ଖାଦ୍ୟ ପଦାର୍ଥର |୫|


ଶିଳ୍ପ-ଉଦ୍ୟୋଗରୁ ଜଳ ଯେତେ ହୁଏ ନିଷ୍କାସିତ 

ନାଳ-ନର୍ଦ୍ଦମା ଜଳ ସ୍ରୋତ ନଈକୁ କରେ ଦୂଷିତ |୬|


ନିର୍ଗତ ଧୂଆଁ ସବୁ କରେ ବାୟୁର ପ୍ରଦୂଷଣ 

ଆମ ମଣିଷ ଜାତିର କାର୍ଯ୍ୟ ଘଟାଉଛି ବିଘ୍ନ |୭|


ପ୍ରଦୂଷଣ ଯୋଗୁ ବୃଦ୍ଧି ହୁଏ ସମୁଦ୍ରର ସ୍ତର 

ସୁନାମୀ ଆଣେ କରେ ଜଳବାୟୁ ପରିବର୍ତ୍ତନର |୮|


ଡାକିଲେ ଶିବଶମ୍ଭୁଂକୁ ଯେତେ ମିନତି କରି 

ରକ୍ଷା କରିବେକି ଅନଳ ବିଷକୁ ପାନ କରି |୯|


ଜୀବନ ସଂଘର୍ଷରେ ସଂଘର୍ଷ କରିବାକୁ ହେବ 

ଭୁଲ କଲେ ନିଶ୍ଚୟ ଯନ୍ତ୍ରଣାରେ ବଞ୍ଚିବାକୁ ହେବ |୧୦|


ଧୈର୍ଯ୍ୟକୁ ଅସ୍ତ୍ର କରି ପଥ ଖୋଜି ଲଢ଼ିବାକୁ ହେବ

ସମୟ ରଥରେ କର୍ତ୍ତବ୍ୟ ସାରଥୀକୁ ଭଜିବାକୁ ହେବ |୧୧|


ଅତୀତର କୃତକର୍ମରୁ ଶିଖି ବର୍ତ୍ତମାନ ଆଙ୍କିବାକୁ ହେବ

ଲହୁ ଲୁହ ବୋହିବ କିନ୍ତୁ ଭବିଷ୍ୟତ ଗଢ଼ିବାକୁ ହେବ |୧୩|


ଆସ ସମସ୍ତେ ଶପଥ ନେଇ ମିଶି ବୃକ୍ଷ ଲଗେଇବା

ଧରାକୁ ଶ୍ୟାମଳ କରି ଜଳବାୟୁ ପରିବର୍ତ୍ତନକୁ ରୋକିବା |୧୪|



Rate this content
Log in

Similar oriya poem from Inspirational