STORYMIRROR

Rajesh Kumar Jain

Comedy

3  

Rajesh Kumar Jain

Comedy

କଟକ

କଟକ

2 mins
13.5K


କଟକ

 

ରାଜେଶ କୁମାର ଜୈନ୍ (ଶାନ୍ତିରାଜେଶ)

 

ତିନି ଦିଗେ ଘେରା ନଦୀର ଜଳ

ମହାନଦୀ, କାଠଯୋଡ଼ି ରାବେ କଳକଳ

ମଧ୍ୟେ ଏନ୍.ଏଚ୍. ଆଉ ଭାରତୀୟ ରେଳ

ବନ୍ଦାଣର  ଐତିହାସିକ ବାଲିଯାତ୍ରା ସ୍ଥଳ

ପ୍ରକୃତିର ଆହା କି ଅନୁପମ ଖେଳ

ଏକ ଦିଗେ ଜନବସତିର କୋଳାହଳ

ତା ମଧ୍ୟେ ଅନେକ ନର୍ଦ୍ଦମା ଆଉ ନାଳ

ପୁରାତନ ସଂସ୍କୃତିରେ ଅଟଳ

ଓଡ଼ିଶାର ପ୍ରାଚୀନ ସହର କଟକ

ସାରା ଭୂମଣ୍ଡଳେ ବିରଳ

ଦିନରାତି ଚାଲୁଥାଏ ଅହରହ

୫୨ ବଜାର ଗଳି ଶହଶହ

ଯେଉଁଠାରେ ପଶିଯିବ ଗଳିକି

ବାହାରିଯିବ ସେଠାରୁ ସଳଖି

ଯିଏ ଆସେ ଏଠି ଭଟକି ଭଟକି

ରହିଯାଏ ଏଠି ଲଟକି

ହୋଇଯାଏ ସିଏ କଟକୀ

କଟକର ଜୀବନଧାରା

ଆଳୁଦମ୍-ଦହିବରା

ହୁଅନ୍ତି ଖାଇବାକୁ ଧରାପରା

ପର୍ବପର୍ବାଣି ହେଉ ବା ଦଶହରା

କଟକ ସବୁଠାରୁ ଆଗ ପରା

କଟକୀ ଝିଅ ଶୁଦ୍ଧ ଗୁଆଘିଅ

ହଜମ କରିପାରିଲେ ନିଅ

ନହେଲେ ୧୨ ହାତ ଦୂରେ ରୁହ

କଟକର ମଶା ଭାରି ସରସା

ଘରେ ଘରେ କରାଏ ଉଠାବସା

ଖେଳଜଗତକୁ ବଡ଼ ଭେଟି

ପ୍ରାଚୀନ ଦୁର୍ଗ ବାରବାଟୀ

କଟକର ରାସ୍ତା ବଜାରେ ଖସ୍ତା

ଚାରିଚକା ଯାନରୁ ବିଗିଡ଼େ ବ୍ୟବସ୍ଥା

କଟକର ହାର୍ଟ କଲେଜ୍ ଛକ

କଲେଜ୍ ଛକର ହାର୍ଟ ରେଭେନ୍ସାର ସ୍ମାର୍ଟ

ପୁଅଝିଅମାନଙ୍କର ରାସ୍ତାରେ ମେଳି

କଲେଜରେ ପଶନ୍ତି ହଲି ଦୋହଲି

ନୟାସଡ଼କ ଚାନ୍ଦି କାରିଗରଙ୍କ ହାତ

ସାରା ଜଗତେ ବିଖ୍ୟାତ

ବସ୍ ଚଢ଼ିବାର ଛାଡ଼ିବାର ଶୁଶୁରୀ ତାଳ

ଜଗିଥାନ୍ତି ପୋଲିସ୍ ଧରି ଠେଙ୍ଗାନଳ

ଅଟୋ ଭାଇମାନେ କରୁଥାନ୍ତି ରଡ଼ି

ବସ୍ ଷ୍ଟାଣ୍ଡ – ବାଦାମବାଡ଼ି – ବାଦାମବାଡ଼ି

କଟକର ସ୍ୱାଭିମାନ ବଢ଼ାଏ ସମ୍ମାନ

ହାଇକୋର୍ଟ ଆଉ ନେତାଜୀଙ୍କ ଜନ୍ମସ୍ଥାନ

କଟକରେ ବଡ଼ ଡାକ୍ତରଖାନା

ସାରା ରାଜ୍ୟେ ଉଡ଼ାଉଛି ବାନା

କଟକର ମଝି ଅକ୍ଷର ‘ଟ’

ଅତି ଭାରୀ ଆଉ ବଡ଼ ବେମାରି

ଦାଦା ବଟି, ରାତିର ଖଟି, ନଯିବେ ହଟି

ପୂଜା ଭେଟି, ପୋଲିସର ରାତି ଡିଉଟି

ମର୍ଣ୍ଣିଙ୍ଗ୍ ଟି, କଟକିଆଟି

କଟକର ଏକତା ହିନ୍ଦୁ-ମୁସ୍ଲିମ୍ ଭାଇଚାରା

ଜଗତର ସବୁଠୁ ପ୍ୟାରା ଆଉ ନିଆରା

ଚଣ୍ଡୀମାତାର ଆଶୀର୍ବାଦ ଏଠି ବର୍ଷୁଛି

ସବୁ ଦାଉରୁ ଏ ସହର ଖସୁଛି

ସବୁଦିନେ ଏହା ମନଖୋଲି ହସୁଛି

କିଏ କହେ କଟକିଆ, କିଏ କହେ କଟକୀ

ସାରା ରାଜ୍ୟେ ଏମାନେ ଚାଲନ୍ତି ମଥା ଟେକି  ।

 

ଅପର୍ଣ୍ଣା ନଗର, ଚାଉଳିଆଗଞ୍ଜ, କଟକ-୭୫୩୦୦୪

ଫୋନ୍ : ୯୪୩୭୦୨୦୬୧୮

*****


Rate this content
Log in

Similar oriya poem from Comedy