Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manorama Mohanty

Abstract

4  

Manorama Mohanty

Abstract

କଥାରୁ ଆରମ୍ଭ

କଥାରୁ ଆରମ୍ଭ

1 min
141



କଥାରୁ ଆରମ୍ଭ 

ଜୀବନ ସଉଦା 

    କଥା ହେଉ ହେଉ ଶେଷ !


କେତେବେଳେ କଥା 

ଲାଗଇ ଅମୃତ 

    ପୁଣି କେତେବେଳେ ବିଷ !


କଥା ଭରିଦିଏ 

ଜୀବନେ ଫଗୁଣ 

     ଫୁଟାଏ ଯୌବନ ଫୁଲ !


କେଇ ପଦ କଥା 

ଲାଗଇ ଦୁଃସହ 

    ସତେ ଅବା ନିଆଁ ଝୁଲ !


କଥା ଏମିତିକା 

ମନେ ଦିଏ ବ୍ୟଥା 

    ନୟନୁଁ ଲୋତକ ଝରେ !


ଏଇ କଥା ସତେ 

କେତେ ଶକ୍ତିଶାଳୀ 

     ପରବତ ଭାଙ୍ଗିପାରେ !


କା କଥା କନ୍ଦାଏ 

କା କଥା ହସାଏ 

    କଥା ହୁଏ ଆଶାବାଡ଼ି !


ଜୀବନର ଯାତ୍ରା 

 ହୁଅଇ ସୁଗମ 

   କଥା ବାନ୍ଧେ ସ୍ୱର୍ଗ ଶିଢ଼ି !


କଥା ଦେଇଥାଏ 

ଦୁଃଖ ଓ ସଂତାପ 

    କଥାରେ ମିଳେ ଭୂସ୍ବର୍ଗ !


କଥେ କଥେ ଲବ୍ଧ 

ହୁଏ ଶାନ୍ତି ପ୍ରୀତି 

    କଥା ରେ ମିଳେ ସତମାର୍ଗ!


କଥା ରେ ମିଳଇ 

ରାଜଗାଦି ଆଉ 

   ଭଲ କଥା ପାଇଁ ସନମାନ !


କଥା ହିଁ ଅନ୍ୟଥା 

ଭାଙ୍ଗିଦିଏ ମଥା 

    କଥା କରେ ପରିତ୍ରାଣ !


କଥା ପାଇଁ ଶତ୍ରୁ 

ହୋଇପାରେ ମିତ୍ର 

    ପ୍ରେମ ବଢେ ଦୁଇଗୁଣା !


କଥା ଦେଇ ଯିଏ 

 କଥା ରଖେ ନାହିଁ 

    ସେ କି ମଣିଷେ ଗଣା !



Rate this content
Log in