କୃଷ୍ଣଚୂଡ଼ା
କୃଷ୍ଣଚୂଡ଼ା
ହେ କୃଷ୍ଣଚୂଡ଼ା
କେଉଁ ଭାଷାରେ ବର୍ଣ୍ଣିବି ତୁମ ସୁନ୍ଦରତା
କେଉଁ ଶବ୍ଦ ମାଳା ରେ ସଜେଇଦେବି ମଧୁରତା
ସବୁ ଭାଷାରେ ସବୁ ଶବ୍ଦ ରେ ନିଅଣ୍ଟ ତୁମ କଥା ।
ଗ୍ରୀଷ୍ମ ର ଝାଂଜି ରେ ଏ ଯିବ ଜଗତ ସତେ ମର୍ମାହିତ
କିନ୍ତୁ ତୁମରି ଉଲ୍ଲସିତ ମୁଖ ପାଇଁ ସମସ୍ତେ ଅନୁପ୍ରେଣିତ
ସାଉଁଟା ନାଲି ପାଖୁଡା ରୁ ଅନେକ କବିତା ଯେ ଜାତ ।
ଜୀବନରେ ଚଲାପଥରେ ତମେ ଯେତିକି ସୁନ୍ଦର
ପଥ ଭ୍ରଷ୍ଟା ବାଟୋଇ ର ତୁ ସେତିକ ନିଜର
ତୁମ ପାଇଁ ଖରା ତାତି ଅତି ପ୍ରିୟ ଅତି ଆପଣାର ।
ବାତୁଳ ପବନ ପରି ଥରକୁ ଥର ଧୋକା ଖାଏ
କୂଳ କିନାରା ନ ପାଇ କେବେ କେବେ ଉବୁଟୁବୁ ହୁଏ
ତଥାପି ତୁମ ହସ ହସ ମୁହଁ ଉଙ୍କି ମାରୁଥାଏ ।
ନାଲି ପାଖୁଡା ଟା ତୁମ ଅଭାବରେ ଭରିଅଛି ଭାବ
ମୁଖରିତ ପୋଡା ଭୂଇଁ ସେ ତ ଆଣେ କେତେ ଗରବ
ଦୁଃଖୀ ଟିଏ ହସି କୁହେ ଲୋଡ଼ା ନାହିଁ ଯେ ବୈଭବ ।

