STORYMIRROR

Tulasi mahanna

Tragedy Others

4  

Tulasi mahanna

Tragedy Others

ହେ ବଡ ଠାକୁର

ହେ ବଡ ଠାକୁର

1 min
311

ବଡ ଦେଉଳରେ ବସି ବେନି ନୟନରେ

କଣ ବା ଦେଖୁଛ ପ୍ରଭୁ 

ସଭିଙ୍କ ଚିତ୍କାରରେ ସିଂହାସନ ଥରି ଉଠୁନି କି ପ୍ରଭୁ 

ସହସ୍ର ଭକ୍ତଙ୍କ ଲୁହ ବର୍ଷାରେ ସେ ମହାଦ୍ୱୀପ ଲିଭୁନି କି ପ୍ରଭୁ ।


ହେ ବଡ ଠାକୁର

ତମର ସେ ଚକା ନୟନରେ ଖୋଜି ଦେବକି

ଆଜି ହଜି ଯାଇଥିବା ମା, ବାପା,ଭାଇ, ଭଉଣୀକୁ 

ଅବା ଅନେକ ମୂଲ୍ୟବାନ ସମ୍ପର୍କକୁ ।


ତମ ହାତ ଦୁଇ ପାରିବକି ଲୁହପୋଛି

ପତି କୁ ହରାଇଥିବା ପତ୍ନୀର 

କି ପତ୍ନୀ କୁ ହରାଇଥିବା ପତିର ।


ତମର ସେ ମହା ବାହୂ କୋଳେଇ ପାରିବକି

ବୟସର ଅପରାହ୍ନରେ ଥିବା ବୃଦ୍ଧ ମାତାପିତାକୁ  

ଅବା ବାପା ମା ଛେଉଣ୍ଡ କଂଅଳ ଶିଶୁକୁ ।


ତମେ ସେ ଭକ୍ତି ଭାବରେ ଫେରାଇ ଦେବ କି 

ଯେଉଁ ହାତ ଦୁଇ ପୂଜାକରୁଥିଲା ଦିନେ ତୁମକୁ 

ଯେଉଁ ଗୋଡ ଦୁଇ ସ୍ବପ୍ନ ଦେଖୁଥିଲା ଯିବ ପୁରୀକୁ ।


ମୁଁ ଜାଣିଛି

ହାତ ଗୋଡ କାନ ଆଖି ସବୁ ଅଧା ତୋରି ବୋଲି

ତୁ କାଲି ଆଜି ଆଉ ଆସନ୍ତା କାଲି ଚୁପ ବସିବୁ ଖାଲି

କୋଠର ହୃଦୟ ତୋର କେବେ ଯିବନି ଦୋହଲି ।


Rate this content
Log in

Similar oriya poem from Tragedy