ହେ ବଡ ଠାକୁର
ହେ ବଡ ଠାକୁର
ବଡ ଦେଉଳରେ ବସି ବେନି ନୟନରେ
କଣ ବା ଦେଖୁଛ ପ୍ରଭୁ
ସଭିଙ୍କ ଚିତ୍କାରରେ ସିଂହାସନ ଥରି ଉଠୁନି କି ପ୍ରଭୁ
ସହସ୍ର ଭକ୍ତଙ୍କ ଲୁହ ବର୍ଷାରେ ସେ ମହାଦ୍ୱୀପ ଲିଭୁନି କି ପ୍ରଭୁ ।
ହେ ବଡ ଠାକୁର
ତମର ସେ ଚକା ନୟନରେ ଖୋଜି ଦେବକି
ଆଜି ହଜି ଯାଇଥିବା ମା, ବାପା,ଭାଇ, ଭଉଣୀକୁ
ଅବା ଅନେକ ମୂଲ୍ୟବାନ ସମ୍ପର୍କକୁ ।
ତମ ହାତ ଦୁଇ ପାରିବକି ଲୁହପୋଛି
ପତି କୁ ହରାଇଥିବା ପତ୍ନୀର
କି ପତ୍ନୀ କୁ ହରାଇଥିବା ପତିର ।
ତମର ସେ ମହା ବାହୂ କୋଳେଇ ପାରିବକି
ବୟସର ଅପରାହ୍ନରେ ଥିବା ବୃଦ୍ଧ ମାତାପିତାକୁ
ଅବା ବାପା ମା ଛେଉଣ୍ଡ କଂଅଳ ଶିଶୁକୁ ।
ତମେ ସେ ଭକ୍ତି ଭାବରେ ଫେରାଇ ଦେବ କି
ଯେଉଁ ହାତ ଦୁଇ ପୂଜାକରୁଥିଲା ଦିନେ ତୁମକୁ
ଯେଉଁ ଗୋଡ ଦୁଇ ସ୍ବପ୍ନ ଦେଖୁଥିଲା ଯିବ ପୁରୀକୁ ।
ମୁଁ ଜାଣିଛି
ହାତ ଗୋଡ କାନ ଆଖି ସବୁ ଅଧା ତୋରି ବୋଲି
ତୁ କାଲି ଆଜି ଆଉ ଆସନ୍ତା କାଲି ଚୁପ ବସିବୁ ଖାଲି
କୋଠର ହୃଦୟ ତୋର କେବେ ଯିବନି ଦୋହଲି ।
