STORYMIRROR

Shree Vishesa

Abstract

2  

Shree Vishesa

Abstract

କରିଦିୟ ବନ୍ଦୀ ମୋତେ

କରିଦିୟ ବନ୍ଦୀ ମୋତେ

1 min
380

କୁହ ତୁମେ ପ୍ରଭୁ, 

କାହିଁକି ଏ ସଂସାର ର ଆବଦ୍ଧ ପଞ୍ଜୁରୀ 

ମାଗି ମୁଁ ନଥିଲି କେବେ ସୁନା ଚାନ୍ଦ କିବା, ହୀରାର ମୁକୁଟ ପୁଣି 

ସ୍ୱର୍ଗରାଜେ ଗମୁଥିବା ସୁଖର ସବାରୀ


ମାଗିତ ମୁଁ ଥିଲି ସାଥି ବାର ବାର କରି 

ଅନ୍ତରର କୋହ ଆଉ ମୋ ଭଙ୍ଗା ସପନର ଥାଳ ଧରି,  

'ତୁମ ଶ୍ରୀଚରଣ ରେଣୁ'

ଯାହା ମୋ ପାଇଁ ତୁମ ଦିୟା ଶହେ ସ୍ୱର୍ଗ ସୁଖ 

ଆତ୍ମା ମୋର ଶୁଣୁଥାଉ ସଦା ସେ ମୋହନ ବେଣୁ


ସେଥିପାଇଁ ତ ପଡିଛି ମୁଁ ତୁମ ବଡ଼ଦାଣ୍ଡେ 

କହେଁଇ ହେ, କରିଦିୟ ବନ୍ଦୀ ମୋତେ 

ତୁମ ଭାବ ପଞ୍ଜୁରୀରେ, 

ତୁମ ଭାବ ପଞ୍ଜୁରୀରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract