STORYMIRROR

Jayashree Pattnaik

Inspirational

3  

Jayashree Pattnaik

Inspirational

କନ୍ୟା ରୂପେଣ ସଂସ୍ଥିତା

କନ୍ୟା ରୂପେଣ ସଂସ୍ଥିତା

1 min
13.5K


କନ୍ୟା ରୁପେଣ ସଂସ୍ଥିତା

ଚଉଦିଗ ମୋର ଆବଦ୍ଧ ଅନ୍ଧାର
ପାଣିରେ ମାଛ ପହଁରିଲା ପରି
ସାରା ଦେହ ପହଁରୁଛି ମୋର
ମୁଁ ଦେଖିନି ଏ ଯାଏଁ ଦୁନିଆ
ତଥାପି ନାଚୁଛି, ଖେଳୁଛି
ଖୁସିରେ ଡାକୁଛି ମା ବୋଲି ।
ଜାଣେନା କାଲି ସୂରୁଜ ଉଇଁଲେ
ପାଦ ପଡୁ ପଡୁ ଭୂଇଁରେ
ମୋ ପରିଚୟ ପାଇବି କି ନା
ସବୁ ଆଶଙ୍କା କୁ ଏଡି ଦେଇ
ଭଲରେ ରହି ପାରିବି କି ନା
ମୋତେ କିଏ ଶ୍ରଦ୍ଧା ରେ
 କୋଳେଇ ନେବେ କି ନା
ଆୟ ଆଡମ୍ବର ସହକାରେ
ଜନ୍ମୋତ୍ସବ ପାଳିବେ କି ନା ।
ଅନିଶ୍ଚିତ ମୋ ଭବିଷ୍ୟତ
ଆଶଙ୍କା ରେ ଯେତେକ ସ୍ବପ୍ନ
କେଉଁଠି ବଢିବି ତା ବି ପ୍ରଶ୍ନବାଚୀ
ପ୍ଲାଟଫର୍ମ ରେ ଧାଈ ର କୋଳରେ
ବିକ୍ରି ହୋଇ ଯାଇଥିବି ଦଲାଲ ହାତରେ
ଭ୍ରମରର ମଧୁ ଆସ୍ଵାଦନ ପରେ
ପାଲଟି ଯାଇଥିବି ନଗ୍ନ ପ୍ରତିମା
ଅବା ପଞ୍ଝାଏ ବାଘନଖ ର ଆଘାତରେ
ହୋଇ ପଡିଥିବି ଧର୍ଷିତା
ନଗ୍ନଚିତ୍ର କୁ ନେଇ କିଏ
କରୁଥିବ ଆମୋଦ ପ୍ରମୋଦ
କାହାପାଇଁ ପାଲଟିଥିବି ନାରୀ ନାରାୟଣୀ
କିଏ ଦେବୀ ରୂପେ କରୁଥିବ ପୂଜା
କିଏ ଜୁଇ ରେ ଶୁଆଉଥିବ ଅବା
ଆତ୍ମଗ୍ଲାନିରେ କାଠ ଭେଳା ପରି
ଭାସୁଥିବି କେଉଁ ନଦୀରେ
ସବୁ ଚିତ୍ରରେ ଥିବି ମୁଁ
କୁରୁସଭା ରୁ ଅନ୍ତରୀକ୍ଷ ଯାଏଁ
ଘର ଏରୁଣ୍ଡିବନ୍ଧରୁ ମନର ଉଡାଣ ଯାଏଁ
ଭୃଣ ହତ୍ୟା ଠାରୁ ସୁକନ୍ୟା ଯୋଜନା ଯାଏଁ ।
ମୋତେ ଭଲପାଅ ଅବା ନ ପାଅ
ସୁଖର ଝୁଲଣାରେ ଝୁଲାଅ ଅବା
ଲଦିଦିଅ ଦୁଃଖର ବୋଝ
ମୁଁ ଆସିଛି, ଆସୁଛି, ଆସୁଥିବି
ଯୁଗେ ଯୁଗେ ଏହି ସମାଜକୁ
କନ୍ୟା ରୂପରେ, ଭଗିନୀ ରୂପରେ
ଜାୟା ଆଉ ଜନନୀ ରୂପରେ ।

ଜୟଶ୍ରୀ ପଟ୍ଟନାୟକ, ମଧୁସୂଦନ ନଗର
ଜଟଣୀ, ଖୋର୍ଦ୍ଧା,752050
9438368967


Rate this content
Log in

Similar oriya poem from Inspirational