STORYMIRROR

Rajesh Kumar Jain

Comedy

3  

Rajesh Kumar Jain

Comedy

କ’ଣ କଲା ସେ

କ’ଣ କଲା ସେ

2 mins
13.2K


’ଣ କଲା ସେ

 

ରାଜେଶ କୁମାର ଜୈନ୍ (ଶାନ୍ତିରାଜେଶ)

 

ପ୍ରଥମ ଥର ମୁଁ ଶ୍ୱଶୁର ଘରକୁ

       ଜ୍ୱାଇଁ ଡାକରାରେ ଯାଇ,

ଶଳାମାନେ ମୋତେ ମଦ ପିଆଇଲେ

       ମୁଣ୍ଡ ହେଲା ଝାଇଁଝାଇଁ ।

 

ନିଶା ଉଠିଗଲା ମୁଣ୍ଡକୁ ମୋହର

       ହିତାହିତ ଜ୍ଞାନ ଭୁଲି,

ସ୍ତ୍ରୀ ଭାବି ମୁହିଁ ଶାଳୀର ଗାଲରେ

       ଚୁମାର ବରଷା କଲି ।

 

ଲାଜେ ଶାଳୀ ମୋର କବାଟ କିଳିଲା

       ମୁଁ ସୋଫା ଭାବି ବସିଗଲି,

ଶଳାଭାଉଜର କୋଳ ସେ ଥିଲା ଯେ

       ଦେଲା ମୋତେ ତଳେ ଠେଲି ।

 

ସୋଫାରୁ ପଡ଼ି ମୋ ଆଣ୍ଠୁ ଯେ ଦରଜ

       ଶାଶୁ ଶଳାଙ୍କୁ ଦେଲେ ଯେ ଗାଳି,

ମଦର ମହତ୍ତ୍ୱ ଶ୍ୱଶୁର କହିଲେ

       ଲାଜେଇଗଲା ମୋ ଶାଳୀ ।

 

ମଦ ବୋତଲର ଲୀଳା ସେ,

       କ’ଣ କଲା ସେ !

ସାରା ରାତି ମୋତେ ସପନ ଦେଖାଇ

       ଉଠାପକା କେତେ କଲା ସେ !

ପାହିଗଲା ରାତି, ରହିଗଲା ସ୍ୱପ୍ନ,

       ଘାରିହୁଏ ତାକୁ ମାନସେ,

ମଦ ବୋଦଲର ଲୀଳା ସେ,

       କ’ଣ କଲା ସେ !

 

ଘର ଭାବି ଦିନେ

       ପଡ଼ୋଶୀ ଦାରୋଗା ଘରେ ଗଲି ମୁହିଁ ପଶି,

ଦାରୋଗାଣୀକୁ ଭାରିଜା ଭାବି ମୁଁ

       ଜାବୁଡ଼ି ଧରିଲି କଷି,

ତା’ପରେ ଯାହା ହେଲା ଭାଇ !

ରାତି ପାହିଗଲା ନାଲିକୋଠା ଘରେ

       ପିଠି-ମୁଣ୍ଡ ଆଉଁଶି ଆଉଁଶି,

ମଦ ବୋତଲର ଲୀଳା ସେ,

       କ’ଣ କଲା ସେ !

 

ମଦ ପିଇ ଦିନେ ରାସ୍ତାକଡ଼ରେ ଯାଇଥିଲି ଶୋଇ,

       ମୁହଁ, ପାଟି ମୋର ଯାଇଥିଲା ମେଲିହୋଇ,

ଭଲ ଜାଗା ଭାବି କୁକୁରଟା ମୁତିଦେଲା ସାଇଁସାଇଁ

       କାହାକୁ କହିବି ଏକଥା ଭାଇ,

ମଦ ବୋତଲର ଲୀଳା ସେ,

       କ’ଣ କଲା ସେ !

 

କାମରେ ଯାଏ ଯେଉଁ ଅଫିସ୍,

       ଦିଅନ୍ତି ମୋତେ ଫାଷ୍ଟ୍ ସର୍ଭିସ୍,

କିରାଣି ଠାରୁ ଅଫିସର,

       ହୁଅନ୍ତି ସଭିଏଁ ନସର-ପସର,

କୁହନ୍ତି - ଆସିଗଲା ମଦୁଆ ଘୋଡ଼ା

       ତାକୁ ଏଠୁ ଶୀଘ୍ର ଘଉଡ଼ା,

ମଦ ବୋତଲର ଲୀଳା ସେ,

       କ’ଣ କଲା ସେ !

 

ଇଲେକ୍ସନ୍ ର ବଜାରେ,

ପକେଟ୍ ରେ ମୋର ନୋଟ୍ ହଜାରେ ହଜାରେ

       ଆସନ୍ତି କେତେ କେତେ ନେତା ମୋ ଦୁଆରେ,

ପୋଷ୍ଟର୍ ଲଗାଇବା ଠାରୁ ବୁଥ୍ କ୍ୟାପ୍ଚର୍,

ଘରୁ ଟେକି ଆଣେ ମୁଁ ଭୋଟର୍

ସବୁକିଛି ମୋ ଉପରେ ନିର୍ଭର,

       ସରକାର ଉପରେ ମୁଁ ସୁପର୍ ସରକାର,

ମଦ ବୋତଲର ଲୀଳା ସେ,

       କ’ଣ କଲା ସେ !

 

ପିଇଦେଲେ ରୁହେନାହିଁ ମୋର ସେନ୍ସ,

       ନାରୀକୁ ଦୁର୍ବ୍ୟବହାର କଲେ ଖାଏନାହିଁ କେସ୍,

ଦେଖିକରି ମୋତେ ତାଚ୍ଛଲ୍ୟ କରନ୍ତି -

       ମଦୁଆ ନନ୍ସେନ୍ସ... ମଦୁଆ ନନ୍ସେନ୍ସ...!

ମଦ ବୋତଲର ଲୀଳା ସେ,

       କ’ଣ କଲା ସେ !

 

ଅପର୍ଣ୍ଣା ନଗର, ଚାଉଳିଆଗଞ୍ଜ, କଟକ-୭୫୩୦୦୪

ଫୋନ୍ : ୯୪୩୭୦୨୦୬୧୮

*****


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy