କନ୍ଧମୁନି ପୂଜ୍ୟ ଭୀମଭୋଇ
କନ୍ଧମୁନି ପୂଜ୍ୟ ଭୀମଭୋଇ
ମଣିଷ ହୃଦୟରେ ଅନାବିଳ ପ୍ରେମ,
ଭରତି ହୋଇ ଯଦି ନାହିଁ
ସେ ରଖଇ ରାଗ ହିଂସା ଦ୍ୱେଷ, ତାର
ମୁକ୍ତ ହସ ଆସିବ କାହିଁ ।
ନିଜେ କେବଳ ମହାପୁରଷଙ୍କ ଅବା
ଭଗବାନ ଙ୍କ ନାମକୁ ଧରି
ମତାନ୍ଧତା ଓ ସାମ୍ପ୍ରଦାୟିକ ଦଂଗାର
କାଳକୂଟ ବିଷ ଥାନ୍ତି ଭରି ।
ନିଜକୁ ନିଜେ ଘୋଷିତ ସନ୍ଥ ବୋଲାଇ,
ବେଦର ପଦ ଗାଇ, ଗାଇ
ତାଙ୍କର ନିଜର ଆତ୍ମ ବଡିମା ଓ ମିଛର
ପସରା ଥାଆନ୍ତି ଶୁଣାଇ ।
କିଏ ମରି ଗଲେ କିଏ ହଜି ଗଲେ
ତାହାର କିଛି ଯାଏନି
ପେଟରେ ପେଟେ ମିଥ୍ୟା ଗରଳ ଥାଏ,
ମଣିଷତ୍ୱ ତ ଥାଏନି ।
ମନକୁ ଆୟତ୍ତ କରିବାର ସତ୍ୟ ପଥ
ଠୁ ସେ ଦୂରେ ରହି ଥାଏ
ସେହି ଜହ୍ଲାଦ ବ୍ୟକ୍ତି ଅସତ୍ୟର ପଥକୁ
ସତ୍ୟ ବୋଲି ଦର୍ଶାଇ ଥାଏ ।
ମିଛ ପଥେ ଚାଲି, କୁକର୍ମ ସବୁ କରି,
ସତ୍ୟକୁ ରଖେ କାଠଗଡାରେ
ଧର୍ମ ନାମେ ଅଧର୍ମର କାମ କରି ଅନ୍ୟାୟ
ଅସତ୍ୟର ପାହାଡ ସୃଷ୍ଟି କରେ ।
ସେମାନେ ସଦା ତତଲା ଉତୁରୁଥିବା ଭାତ
ହାଣ୍ଡିର ଗରମ ପେଜ
ଧର୍ମାନ୍ଧତା ଅନ୍ଧାରରେ ବୁଲିଲେ କିପରି
ଚିହ୍ନିବା ପାଇଁ ଆସିବ ହେଜ ।
ସେ ଜହ୍ଲାଦ ମାନଂକୁ ଅନ୍ଧ କବି କନ୍ଧମୁନି
ଭୀମଭୋଇ ଚିହ୍ନି ପାରିଥିଲେ
ପରମ ବ୍ରହ୍ମ ଅନାଦି ଅଲେଖଙ୍କ ସେହି ମହାନ୍
ତତ୍ତ୍ୟକୁ ଆମକୁ ବାଣ୍ଟିଲେ ।
ଅଲେଖ, ଅଲେଖ, ଅଲ
େଖ ମହିମା ଗୋସେଇଁ,
ଅଦୃଶ୍ୟ ଶକ୍ତି ନିରାକାର
ସେ ଜ୍ଯୋତି ଅଦୃଶ୍ୟ ଅଲୌକିକ ଆଲୋକ ଶୂନ୍ୟ
ଶୂନ୍ୟ ମହା ଶୂନ୍ୟର ।
ଏହା ଏକ ଆଲୋକ ଜ୍ଯୋତି ମହାକାଶରେ
ଦୃଶ୍ୟମାନ ହୋଇଥାଏ
ପ୍ରାଣୀ, ଉଦ୍ଭିଦଙ୍କଠୁ ମଣିଷ ପର୍ଯ୍ୟନ୍ତ ସମସ୍ତଙ୍କ
ଜୀବରେ ପ୍ରଭାବ ପକାଏ ।
ସମାଜରେ ମଣିଷକୁ ଏକ ଶୃଙ୍ଖଳିତ ଗଠନ
କରିବାର ଏକ ମହାନ ଧର୍ମ
ସାରା ବିଶ୍ବରେ ଚହଳ ସୃଷ୍ଟି କରିଛି ଆମ
ଉତ୍କଳ ମାଟିରୁ ହୋଇ ଜନମ ।
ମରୁଛି ନିରୀହ ମଣିଷ ଅସାମାଜିକ ତତ୍ତ୍ବ
ଅବଧାରକ ମଣିଷ ହାତରେ,
କିନ୍ତୁ ସତ୍ୟ, ଶାନ୍ତି, ଦୟା, କ୍ଷମା ମଣିଷର
ଆଭୂଷଣ ଅଛି ମଣିଷ ହାତରେ ।
ଅନେକ କଷ୍ଟ ସହି ଗୁରୁ ଅଲେଖ ମହିମା
ଗୋସେଇଁଙ୍କ କୃପା ଦୃଷ୍ଟିରୁ
ଅଲେଖ ଧର୍ମ ଅବଲମ୍ବନ କରି ସେ ଧର୍ମକୁ
ପ୍ରଚାର କଲେ ରେଢାଖୋଲରୁ ।
ଧର୍ମର ଉଜ୍ଜ୍ୱଳ ଦୃଷ୍ଟିଭଙ୍ଗୀକୁ ରୂପାୟନ କରି
ଅଛନ୍ତି ଏହି ମହାନ ତତ୍ତ୍ୟକୁ
ନିଜ ଜୀବନରେ ଯେତେ ଦୁଃଖ ଆସୁ ପଛେ,
ଜଗତର ମଙ୍ଗଳ ହେଉ ଚିନ୍ତାଧାରାକୁ ।
"ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ
ଦେଖୁ ଦେଖୁ କେବା ସହୁ ,
ମୋ ଜୀବନ ପଛେ ନର୍କେ ପଡ଼ିଥାଉ
ଜଗତ ଉଦ୍ଧାର ହେଉ ।
ଏହା ଏକ ଜୀବନ ଦର୍ଶନ, ମଣିଷର ମୁକ୍ତି
ମାର୍ଗର ଏକ ସୁନ୍ଦର ଚେତନା .
ଏହି ନୀତି ଓଡ଼ିଶା ଭାରତ କାହିଁକି ସାରା
ବିଶ୍ବ ଦରବାରକୁ ଦେଇଛି ଚେତନା ।