କଳାମେଘ
କଳାମେଘ
ଶ୍ରାବଣ ମାସ ଟି ବର୍ଷା ଋତୁ ତହିଁ
ଦିଶେ କଳାମେଘ ଦୃଶ୍ୟ,
ପ୍ରଖର ପବନ ଘଡ଼ଗଡି ତହିଁ
ଭୟଭୀତ କରେ ଦୃଶ୍ୟ।
ବିଜୁଳି ତହିଁରେ କରେରେ ଉତ୍ପାତ
ସଂକେତ ଟି ବଜ୍ରପାତ,
ଦୃଶ୍ୟ ଭୟାବହ କରେ ବିଚଳିତ
ସବୁକି ହେବ ନିପାତ।
ପଡୁ ଅଛୁ ଭାଙ୍ଗି ଗଛପତ୍ର ତହିଁ
ଲୁଚି ଛନ୍ତି ଗୃହେ ଜନ,
ଜଗନ୍ନାଥ ରାବ୍ ଶୁଭୁ ଅଛି ଗୃହେ
ବର୍ଷା ଟା କରେ ଉଚ୍ଛନ୍ନ।
ଦୃଶ୍ୟ ଅନ୍ଧାରର କଳାମେଘ ତହିଁ
ଶୁଭେ ପଶୁ ଆର୍ତ୍ତନାଦ,
ଭୟଭୀତ କରେ ରାବ୍ ପକ୍ଷୀଙ୍କର
ଆସିବ କିରେ ଦୁଃଖଦ।
ମନ ବିଚଳିତ ହୃଦୟ କମ୍ପିତ
ଦେଖି କଳାମେଘ ଦୃଶ୍ୟ,
ସାତ ସମୁଦ୍ରର ଜଳ କି ଗର୍ଭରେ
ଧରିଛି ଆକାଶେ ଦୃଶ୍ୟ।
ପ୍ରଳୟଙ୍କରୀ ଘୂର୍ଣ୍ଣିଝଡ ଓ ବାତ୍ୟା
ସତେ କି ହେବ ପ୍ରଳୟ,
ଜଗା କୃଷ୍ଣ ରାମ ମୁଖେ ଗୁଞ୍ଜୁ ଅଛି
ମନଟା ହୁଏ ଅଥୟ।
ପତ୍ନୀ ପୁତ୍ର ମୋର ଶଶୁର ଘରରେ
ଚିନ୍ତା ମଧ୍ୟ ତାଙ୍କ ପାଇଁ,
ଆସିନାହିଁ ବାପା ଚାଷର ଜମିରୁ
ଆସେ କଳାମେଘ ଧାଇଁ।
ଦେଖି ନାହିଁ ଦିନେ ପାର ମୋ ଷାଠିଏ
ହୋଇଛି ବୟସ ମୋର,
ତହିଁ ପୂର୍ଣ୍ଣଗର୍ଭା ଧରିତ୍ରୀ ଦିଶୁଛୁ
କୃପାସିନ୍ଧୁ କୃଷ୍ଣ କର।
ଜମିରେତ ବାପା କାର୍ଯ୍ୟ କରୁ ଥିଲେ
କାହିଁ ବା ଅଛନ୍ତି ବାପା,
ଆସି ନାହିଁ କିମ୍ପା ଅଛନ୍ତି କାହିଁରେ?
ସୁରକ୍ଷା ରୁହନ୍ତୁ ବାପା।
ହେ ନୀଳ ମାଧବ ରକ୍ଷା କର ତାଙ୍କୁ
ଚିନ୍ତାତ ହେଉଛି ମନ,
ଯହିଁ ବା ଅଛନ୍ତି କରହେ ସୁରକ୍ଷା
ପଡୁରେ ତୋର ନୟନ।
କଳାମେଘ କରେ ଅତି ବିଚଳିତ
ପୁତ୍ର ପତ୍ନୀ ଭଲେ ରଖ,
ଶଶୁର ଘରକୁ ଯାଇଛନ୍ତି କାଲି
ବର୍ଷା ତାଣ୍ଡବରୁ ରଖ।
ସବୁକିଛି ପ୍ରଭୁ ତୋହରି ହସ୍ତରେ
ବ୍ରହ୍ମାଣ୍ଡ ଠାକୁର ତୁହି,
ବର୍ଷା ବିପର୍ଯ୍ୟୟ କରୁଛୁ ଚିନ୍ତିତ
କର ରକ୍ଷା ପ୍ରଭୁ ତୁହି।