Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ajit Kumar Raut

Tragedy

3  

Ajit Kumar Raut

Tragedy

କିପରି ପାଇବୁ ଶିକ୍ଷା ଦକ୍ଷତା

କିପରି ପାଇବୁ ଶିକ୍ଷା ଦକ୍ଷତା

1 min
165



ଜରୁରୀ ଦକ୍ଷତା ଜନନୀ ଭାଷାର

ନୂତନ ଯେ ଶିକ୍ଷା ନୀତି

କେନ୍ଦ୍ର ଶିକ୍ଷାମନ୍ତ୍ରୀ କହୁଥିଲେଜନେ

ନିଜ ଭାଷା ପ୍ରତି ପ୍ରୀତି !!


ସମୃଦ୍ଧଶୀଳ ଟି ହୋଇବ ଭାରତ 

କର ଏହା ଅଙ୍ଗୀକାର 

ଶିକ୍ଷାମାତୃଭାଷା ଦିଅହେ ସନ୍ତାନେ 

କହୁଥିଲେ ମନ୍ତ୍ରୀବର !!


ଶୁଣୁ ଥିଲ ମୁହିଁ ଭାଷଣ ତାଙ୍କର

ଭାବୁଥିଲି ମନେମନେ

ଆମେତ ଓଡ଼ିଆ ବିଚ୍ଛିନ୍ନାଞ୍ଚଳର

ନାହଁ ସ୍ଥିତି ତାଙ୍କ ଜ୍ଞାନେ !


ପରା ସିଂହଭୂମି ଓଡ଼ିଆଙ୍କ ଭୂଇଁ

ଥିଲା ଦିନେ ଉତ୍କଳର

ଜାଣି ଛନ୍ତି ମନ୍ତ୍ରୀ ସିଂହଭୂମି ସ୍ଥିତି 

ଶିକ୍ଷା ଦୁର୍ଦ୍ଦଶା ଭୂମିର !!


ସ୍କୁଲରେ ନାହାନ୍ତି ଓଡ଼ିଆ ଶିକ୍ଷକ

ବହି ଓଡ଼ିଆର ନାହିଁ

କିପରି ପଢ଼ିବେ ଓଡ଼ିଆ ସନ୍ତାନ 

ଧ୍ୟାନ କେନ୍ଦ୍ରମନ୍ତ୍ରୀ କାହିଁ !!


ଭାଷାର ଦକ୍ଷତା କେଉଁଠି ମିଳିବ

ବହି ଓ ଶିକ୍ଷକ ନାହଁ

ବୃଥା ହେଉ ଅଛି ସନ୍ତାନ ଭବିଷ୍ୟ

ଉତ୍କଳୁ ବିଚ୍ଛିନ ଯହିଁ !!


ଦୋଷତ ଆମର ନାହିଁ ମନ୍ତ୍ରୀବର

ଜୀବନ ବୃଥା ହେଉଛି

ଓଡ଼ିଆ ଜନଙ୍କୁ ଓଡ଼ିଆର ଶିକ୍ଷା

ଶିକ୍ଷାନୀତି ଦେଇଅଛି !!


ଶିକ୍ଷାର ଦକ୍ଷତା ମିଳୁ ଓଡ଼ିଆ ଙ୍କୁ

ଶିକ୍ଷା ମାତୃଭାଷା  ମିଳୁ

ଝାଡ଼ଖଣ୍ଡରାଜ୍ୟେ କରହେବ୍ୟବସ୍ଥା 

ମାତୃଭାଷା ଜ୍ୟୋତି ଜଳୁ !!


ନଜର ନ ପଡ଼େ ବିଚ୍ଛିନ୍ନାଞ୍ଚଳରେ

ରୋଦନ କରେ ଓଡ଼ିଆ

ମାତୃଭାଷା ଶିକ୍ଷା ଅମୂଲ୍ୟ ସମ୍ପଦ

କରୁଣା କର କାଳିଆ !!



Rate this content
Log in

Similar oriya poem from Tragedy