କିନାରା
କିନାରା
ସ୍ବପ୍ନର ବିଛଣାରେ ଆଶାର ସୁତାରେ
ବସା ଟିଏ ତୋଳିବାର ଚେଷ୍ଟା
ଜାଣେନା ସେ ଆଶାର ସୁତା ଛିନ୍ନ ହେଇଗଲା କାହିଁକି
ଅଥକ ଚେଷ୍ଟା ତାକୁ ଯୋଡିବା ମୁ କରୁଛି କାହିଁକି
ବୋଧେ ମନ ମୋର ଖୋଜୁଛି ସେଇ ସ୍ବପ୍ନର ସୁଖକୁ
ବୋଧେ ମନ ମୋର ଝୁରୁଛି ସ୍ବପ୍ନରେ ଦେଖିଥିବା ରଙ୍ଗକୁ
ସ୍ବପ୍ନର ବିଛଣା ନେଇ ଯାଏ ସିନା ପରୀ ରାଇଜକୁ
ସତରେ କଣ ପରୀ ଟିଏ ସାକାର କରିବ ମୋର ସ୍ବପ୍ନକୁ
ଆଖି ଖୋଲି ଯାଏ ଯେବେ ବିଷାଦର ଛାଇ ଭରି ଯାଏ ତେବେ
ମନ ମୋର ଲାଗେ ଯୋଡିବାରେ ଭଙ୍ଗାରୁଜା ଖଣ୍ଡ ଆଇନାର
ସତେ କଣ ଭଙ୍ଗା ଆଇନାରେ ଦେଖାଯିବ ନିର୍ମଳ ପ୍ରତିବିମ୍ବ ।