Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bhagabat Sahoo

Romance

4  

Bhagabat Sahoo

Romance

କିଏ ତୁମେ ପ୍ରିୟା

କିଏ ତୁମେ ପ୍ରିୟା

1 min
271



କିଏ ତୁମେ ପ୍ରିୟା ମନେ ପକାଉଛ

ତାଳୁ କୁ ମୋ ଉଠେ ନିତି

ଦେଖାତ ଦେଉନ କିଛିବି କହୁନ

ଫୋନ ପାଖରେ ବସି ।

ପ୍ରେମିକା ନା ତୁମେ ତା ସାନ ଭଉଣୀ

ଚିହ୍ନିବି ମୁହିଁ କେମିତି

ଅବା ମୋର ଶାଳୀ ଅଧା ଘର ବାଲି

ମନେ ପକାଉ କାହିଁକି ।

ସହପାଠୀ ଅବା ମୋର ସହ କର୍ମୀ

ଠିକଣା ଦେଉନ କିଛି

ତୁମ ପରିଚୟ ପାଇଲେ ସିନା ମୁଁ 

ତୁମକୁ ଯାଇ ଭେଟନ୍ତି ।

ଜାଣିମୁଁ ପାରୁଛି ତୁମେ ଆସିବନି

ତୋ ମନ ମୋତେ ଖୋଜୁଛି

ହଜିଲା ଅତୀତ ଗୋପନୀୟ କଥା

କହିବ ବୋଲିତ କିଛି ।

କହି ଦେଲା କଥା ବହି ଗଲା ପାଣି 

କେବେ ସିଏ ଫେରିଛି

ଭୁଲିଯିବା ଅଟେ ଉଚିତି ତୁମର

ଅତୀତର ସବୁ ସ୍ମୁତି ।

ମନେ ପକେଇଲେ କଷ୍ଟ ହେବ ସିନା

ଲାଭ ମିଳିବନି କିଛି

ଅତୀତ ସ୍ମୁତି କୁ ଯେତେ ରୋ ମନ୍ଥିବ

ଦୁଃଖେ ସେତେ ହେବ ଘାଣ୍ଟି ।।



Rate this content
Log in

Similar oriya poem from Romance