କିଛି ଏକାନ୍ତରେ ...
କିଛି ଏକାନ୍ତରେ ...
ସୃଷ୍ଟି ଯେବେ ସୀମିତ ହୁଏ
ମୋ ମନର ଇଲାକାରେ ...
ବାନ୍ଧି ହୁଏ ମୁ ଜାଣେନି କେଉଁ ମୋହରେ I
ସମୟ ହୁଏ ଏଠି ସ୍ଥିର ,ନଥାଏ କିଛି ମୁହୁର୍ମୁହୁ ପରିବର୍ତ୍ତିତ ....
ଆତ୍ମା ମୋର ହୁଏ ସମ୍ମୋହିତ I
ଦେଖିପାରେ ମୁଁ
ସବୁ ତୃତୀୟ ନୟନରେ ....
ବର୍ଷଣର ମେଘ ,ଆଉ , ଅଶ୍ୱିନୀର ସ୍ପଟିକ ଜହ୍ନ
ଅଚିଂହା ଅନ୍ଧାରରେ
ଉଚ୍ଛସିତ ତାରାଙ୍କ ଆଲୋକ ...I
ଠଉରେଇ ନିଏ ,
ମହା ସମୁଦ୍ରର ଗଭୀରତା ...
ତା ଉପରେ ନୀଳ ଉର୍ମି ର ନିରୋଳା ହସ ...
ସତ ସୂକ୍ତିର ନିଶ୍ଚିତ ଅଭିମାନ ,
ଆଉ ଯେତେ ସବୁ ସାତ୍ତ୍ଵିକ ଉଜ୍ୱଳତା....I
ବିଚଳିତ କରେ ମୋତେ ,
ଜୀବନର ସେ କାଉଁରୀ ସ୍ପର୍ଶ ...
ସୁନ୍ଦର ସେ ସ୍ୱର୍ଗର ପାରିଜାତ
ଗନ୍ଧର୍ଵ ପାଇଁ ଏକ ଦୁର୍ବାର ଆକର୍ଷଣ ....I
ସବୁ ଯେ ସେଠି ସ୍ନିଗ୍ଧ ,ସୁନ୍ଦର ଆଉ ଶାଶ୍ୱତ I
ସ୍ରଷ୍ଟାଙ୍କୁ ଢାଳେ ଅନେକ ଅର୍ଘ୍ୟ...
ପ୍ରାଣ ମୋର ହୁଏ ପୁଲକିତ ,
ପ୍ରକୃତିର ମୂର୍ଛରିତ "ଓଁ " କIର ର ପ୍ରଣବରେ I
ଡ଼କ୍ଟର ଶୁଭଶ୍ରୀ କର
