STORYMIRROR

ସନାତନ ଦାସ

Comedy Inspirational

3  

ସନାତନ ଦାସ

Comedy Inspirational

କି ଯୁଗ ହେଲା

କି ଯୁଗ ହେଲା

1 min
221

କି ଯୁଗ ହେଲା ରେ ନଟିଆ କିଛି ତ ପଡୁନି ଜଣା,

ଦୁନିଆର ସବୁ ଭାବ ଭଙ୍ଗୀ ଦେଖି ଲାଗିଲାଣି ସବୁ ଅଲଣା..!!


ବାପା ବୋଉ ଛାଡ଼ି ପିଲାମାନେ ଏଠି

ଡାଡି ମମି ଡାକିଲେଣି,

ପାଶ୍ଚାତ୍ୟ ରଙ୍ଗରେ କବଳିତ ହୋଇ 

ଜିଅନ୍ତା କୁ ଶବ କଲେଣି..!!


ଭାତ ଚୁଡ଼ା ଛାଡ଼ି ଧୀରେ ଧୀରେ ସବୁ ପିଜା ବର୍ଗର୍ ଖାଇଲେଣି,

ଦେଶୀ ଖାଦ୍ୟ ସବୁ ପାଦରେ ଆଡେଇ

ରୋଗକୁ ନେଲେଣି କିଣି..!!


ପିଲାମାନେ ଆଜି ଭଲ ବସ୍ତ୍ର ଛାଡ଼ି

ଚିରା ଫଟା ପିନ୍ଧିଲେଣି,

ଘରେ ପଚାରିଲେ ଜବାବ୍ ଆସୁଛି ଏଇଟା ନୂଆ ଫ୍ୟାସନ୍ ହେଲାଣି.!!


ରାସ୍ତା ଘାଟରେ ଗଳି କନ୍ଦିରେ ଲାଜ ସରମ ଗଲାଣି,

ଚିରା ଫଟା ଦେଖି ପୁଅ ଝିଅଙ୍କର

ଭିକାରି ସରମ କଲାଣି..!!


କି ମୋବାଇଲ ଆସିଛି ହେ ଭାଇ କମ୍ ତାର ନୁହେଁ ଭାଉ,

ନା ଖାଇବି ପଛେ ପେଟକୁ ଦାନା ଫୋନ୍ ମୋ ପାଖେ ଥାଉ...!!


ଚାର୍ଜ ସରିଲେ ସତେକି ଲାଗେ ଆମ ଦେହରୁ ରକ୍ତ ସରିଲା,

କେତେ ବିକଳରେ ବ୍ୟସ୍ତ ବିବ୍ରତ

 ହୁଏ ମୋବାଇଲ ବାଲା..!!


ଢୋଲ ଘଣ୍ଟ କରତାଳ ଚୁଲିକୁ ଗଲାଣି ଡି ଜେ ର ଜମାନା ଆସିଛି,

କର୍କଶ ସ୍ଵରରେ ହୃଦୟ ଥରୁଛି 

ହାର୍ଟ ଆଟାକ୍ ଆସୁଛି..!!


ଉଦଣ୍ଡ ଡ଼ିଆଁ କୁ ଅଶ୍ଳୀଳ ନାଚ ଆଜି ଚାରି ଦିଗ ମେଲିଛି,

ପାଲା ସଙ୍କୀର୍ତ୍ତନ ଭଲ ଲାଗୁ ନାହିଁ

ରେକର୍ଡ ଡାନ୍ସ ଚାଲିଛି..!!


ହଇରେ ନଟିଆ ସୁଧୁରି ଯାଆ

ଏବେ ବି ସମୟ ଅଛି,

କଳା ସଂସ୍କୃତିକୁ ଭଲ ପାଅ ଟିକେ

ନୌକା ବୁଡି ଯାଉଛି..!!


ମାର୍ଜିତ ହୁଅ ନିଜକୁ ବଦଳାଇ

ଦୁନିଆ ବଦଳିଯିବ,

ପରେ ଭାବିଲେ କିଛି ଲାଭ ନାହିଁ

ନେଡି ଗୁଡ ବୋହିଯିବା..!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy